ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ହେଲେ ତାଙ୍କ ନିକଟରେ ହାଲକା ଲକ୍ଷଣ ଥିବା ସୂଚନା ମିଳିଛି । ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲତାଙ୍କ ଝିଆରି ରଚନା ଲତାଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଶନିବାରଠାରୁ ସେ ନିମୋନିଆରେ ପୀଡ଼ିତ ଥିବା ସୂଚନା ମିଳିଛି ।
ବୟସାଧିକ୍ୟ ଯୋଗୁ ପ୍ରିକସନାରୀ ରିଜନ ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ରଚନା କହିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସମସ୍ତେ ଲାତା ଦିଦିଙ୍କ ସୁସ୍ଥତା ଲାଗି ପ୍ରାର୍ଥନା କରିବାକୁ ସେ କହିଛନ୍ତି ।

Share