ମହାନ୍‌ ସଙ୍ଗୀତକାର ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୧: ଶାସ୍ତ୍ରୀୟ ସଙ୍ଗୀତକାର ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ବଲିଉଡର ଅନେକ ବଡ ଗାୟକଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ। ଲତା ମଙ୍ଗେଶକରଙ୍କ ବ୍ୟତୀତ ସେ ଆର୍‌ ରହମାନ, ସୋନୁ ନିଗମ, ହରିହରନ, ଆଶା ଭୋସଲେ, ଗୀତା ଦତ୍ତ, ମାନ୍ନା ଦେ ଏବଂ ଶାନଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ। ସଙ୍ଗୀତରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଉସ୍ତାଦ ଗୁଲାମ ମୁସ୍ତାଫା ଖାନଙ୍କ ଦେହାନ୍ତରେ ଲତା ମଙ୍ଗେଶକର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ମୁଁ ବର୍ତ୍ତମାନ ଦୁଃଖଦ ଖବର ପାଇଛି ଯେ ମହାନ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ଆଉ ନାହାଁନ୍ତି। ଏହା ଶୁଣି ମୁଁ ବହୁତ ଦୁଃଖିତ। ସେ ଭଲ ଗାୟକ ନ ଥିଲେ, ଜଣେ ଭଲ ମଣିଷ ଥିଲେ ବୋଲି ସେ କହିଛନ୍ତି।

Share