ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨।୪: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି। ନିକଟରେ କରୋନା ସଂକ୍ରମିତ ହୋଇଥିବା ସଚିନ ନିଜେ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହୋଇଛିି। ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସଚିନ କହିଛନ୍ତି। ଏହାସହ ୨୦୧୧ ବିଶ୍ୱକପ୍‌ ବିଜୟୀ ହେବାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସଚିନ ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ରେ ସଚିନ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନ୍‌ରେ ଥିଲେ।

Share