Posted inଖେଳ

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ

ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛନ୍ତି। ଗୁରୁବାର ତୃତୀୟ ରାଉଣ୍ଡ ମ୍ୟଚ୍‌ରେ ସେ ରୁଷିଆ ଭ୍ଳାଡିମୀର କ୍ରାମ୍‌ନିକଙ୍କଠାରୁ ପରାସ୍ତ ହୋଇଛନ୍ତି। ସେ କ୍ରାମନିକ୍‌ଙ୍କଠାରୁ ୦.୫-୨.୫ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
ସେ ପୂର୍ବରୁ ପ୍ରଥମ ଦୁଇଟି ରାଉଣ୍ଡରେ ଯଥାକ୍ରମେ ପିଟର ସ୍ବୀଡଲର ଓ ମାଗ୍ନସ କାର୍ଲସେନଙ୍କଠାରୁ ପରାସ୍ତ ହୋଇଥିଲେ। ତୃତୀୟ ରାଉଣ୍ଡରେ ମଧ୍ୟ ସେ ପ୍ରତ୍ୟାବର୍ତ୍ତନ କରି ନ ପାରି ପରାସ୍ତ ହୋଇଛନ୍ତି। ଆରମ୍ଭରୁ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କ୍ରାମନିକ ଦୃଢ ପ୍ରତ୍ୟାବର୍ତ୍ତନ କରି ବାଜି ମାରିଥିଲେ। ଏହି ପରାଜୟ ସହ ଆନନ୍ଦଙ୍କ ଟାଇଟଲ ଆଶା ଶେଷ ହୋଇଛି। ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନ ଓ ସ୍ବୀଡଲର ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଚତୁର୍ଥ ରାଉଣ୍ଡରେ ଆନନ୍ଦ ନେଦରଲାଣ୍ଡର ଅନିଶ୍‌ ଗିରିଙ୍କୁ ଭେଟିବେ। ବିଶ୍ୱର ୩ ନମ୍ବର ଖେଳାଳି ଡିଙ୍ଗ୍‌ ଲିରେନଙ୍କ ସଂଘର୍ଷ ଜାରି ରହିଛି। ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଶେଷରେ ସେ ୟୁକ୍ରେନର ଅଭିଜ୍ଞ ଖେଳାଳି ଭାସିଲ ଇଭାନ୍‌ଚୁକ୍‌ଙ୍କଠାରୁ ୧.୫- ୦.୫ରେ ପରାସ୍ତ ହୋଇଥିଲେ। ଏବେ ଆନନ୍ଦ ଓ ଲିରେନ୍‌ ବିନା ବିଜୟ ସହ ପଏଣ୍ଟ ତାଲକାର ନିମ୍ନରେ ରହିଛନ୍ତି। ସବୁ ରାଉଣ୍ଡ ରବିନ୍‌ ଗେମ୍‌ ବେଷ୍ଟ ଅଫ୍‌ ଫୋର ଗେମ୍‌ କଣ୍ଟେଷ୍ଟ ପଦ୍ଧତିରେ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ବିଶ୍ୱରେ ଶ୍ରେଷ୍ଠ ୬ ଜଣ କିମ୍ବଦନ୍ତୀ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ନାମେଣ୍ଟ ମାଗ୍ନସ କାର୍ଲାସେନ ଚେସ୍‌ ଟୁରର ଏକ ଅଂଶବିଶେଷ ଓ ଆନନ୍ଦ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଖେଳୁଛନ୍ତି। ଏହି ଟୁର୍ନାମେଣ୍ଟର ବିଜେତା ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ରାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ ଓ ଏହା ଅଗଷ୍ଟ ୯ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri