Categories: ଖେଳ

ଇରଫାନ-ଗମ୍ଭୀରଙ୍କ ମଧ୍ୟରେ ଫାଇନାଲ ଲଢେଇ

ଇନ୍ଦୋର,୫।୧୦: ଲିଜେଣ୍ଡ୍‌ସ କ୍ରିକେଟ ଲିଗ ର ଦ୍ୱିତୀୟ ସିଜିନର ଅନ୍ତିମ ମ୍ୟାଚ ଆଜି ଖେଳାଯିବ। ଏଥିରେ ଭିଲୱାରା କିଙ୍ଗ୍ସ ଏବଂ ଇଣ୍ଡିଆ କ୍ୟାପିଟାଲର ଦଳ ମୁହାଁମୁହିଁ ହେବେ। କ୍ୱାଲିଫାୟର ମ୍ୟାଚରେ ଭିଲୱାରା କିଙ୍ଗ୍ସକୁ ପରାସ୍ତ କରିବା ପରେ ହିଁ ଇଣ୍ଡିଆ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଥିଲା। ଏଥି ସହିତ କ୍ୱାଲିଫାୟର ମ୍ୟାଚ ହାରିଯିବା ପରେ ଭିଲୱାରା କିଙ୍ଗ୍ସ ଏଲିମିନେଟର ମ୍ୟାଚରେ ଗୁଜରାଟ ଜିଆଣ୍ଟସକୁ ପରାସ୍ତ କରି ଫାଇନାଲ ପାଇଁ ଟିକେଟ କାଟିଥିଲେ।

ଭିଲୱାରା କିଙ୍ଗ୍ସର ଦାୟିତ୍ୱ ଇରଫାନ ପଠାନଙ୍କ ହାତରେ ରହିଛି। ତାଙ୍କ ଦଳରେ ସେନ୍‌ ୱାଟସନ, ଶ୍ରୀସନ୍ତ ଏବଂ ଟିମ ବ୍ରେସାନଙ୍କ ପରି ଅନେକ କିମ୍ବଦନ୍ତୀ ଖେଳାଳି ଅଛନ୍ତି। ଏଥି ସହିତ ଗୌତମ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସର ଅଧିନାୟକତ୍ୱ କରୁଛି। ଗମ୍ଭୀରଙ୍କ ଦଳରେ ରସ ଟେଲର, ଲିଆମ ପ୍ଲଙ୍କେଟ ଏବଂ ମିଚେଲ ଜନସନଙ୍କ ପରି ପୂର୍ବତନ କ୍ରିକେଟର ଅଛନ୍ତି।

ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଆରମ୍ଭ ହେବ। ଷ୍ଟାର ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ମ୍ୟାଚର ଲାଇଭ ଟେଲିକାଷ୍ଟ କରାଯିବ। ଏହା ସହିତ ଡିଜ୍‌ନି + ହଟଷ୍ଟାର ଆପରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିବାକୁ ମିଳିବ।

Share