Categories: ଜାତୀୟ

ଆଇନ ପେଶାରେ ନାରୀବାଦୀ ଚିନ୍ତା ସାମିଲ କରାଯିବା ଜରୁରୀ: ବିଚାରପତି ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୧୫।୧୦ : ନ୍ୟାୟିକ ବୃତ୍ତିକୁ ଅଧିକ ସୁଗମ ତଥା ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଲାଗି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଇନ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଶନିବାର ଆଇନ ଛାତ୍ରମାନଙ୍କୁ ନାରୀବାଦୀ ଚିନ୍ତାଧାରାକୁ ଆଇନ ପେଶାରେ ସାମିଲ କରିବାକୁ କହିଛନ୍ତି। ରାଜଧାନୀ ଦିଲ୍ଲୀରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁ) ର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ସେ ଏହା କହିଛନ୍ତି।

ଏହି ସମୟରେ ସେ ବମ୍ବେ ହାଇକୋର୍ଟରେ ଜୁନିୟର ଜଜ ଭାବରେ ଜଷ୍ଟିସ ରଞ୍ଜନ ଦେଶାଇଙ୍କ ସହ ମାମଲାର ଶୁଣାଣି କରିବାର ଅଭିଜ୍ଞତାକୁ ମଧ୍ୟ ମନେ ପକାଇଥିଲେ। ସେ କହିଛନ୍ତି ଯେ ମୋର ବିଶ୍ୱାସ ଯେ ଆଇନକୁ ଦେଖିବା ଏବଂ ଏଥିରେ ସାମାଜିକ ଅନୁଭୂତି ପ୍ରୟୋଗ କରିବା ଦିଗରେ ଆମ ସମସ୍ତଙ୍କର ଅନେକ କିଛି ଶିଖିବାକୁ ଅଛି।

ଆଇନ ବୃତ୍ତିକୁ ଆସୁଥିବା ମହିଳାମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ପୁରୁଷ ପ୍ରାଧାନ୍ୟ ବୃତ୍ତିରେ କାର୍ଯ୍ୟ କରିବା ମହିଳା ଆଇନଜୀବୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ। କିନ୍ତୁ ସମୟ ବଦଳୁଛି। ମହିଳାମାନେ ଏହି ବୃତ୍ତିରେ ଯୋଗଦେବା ପଛରେ ପ୍ରାଦୌଗିକୀ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି ବୋଲି ସେ କହିଛନ୍ତି।

ଆଇନର ନିୟମ କେବଳ ସମ୍ବିଧାନ କିମ୍ବା ଆଇନ ଉପରେ ନିର୍ଭରଶୀଳ ନୁହେଁ। ଏହା ମୁଖ୍ୟତଃ ନାଗରିକମାନଙ୍କର ରାଜନୈତିକ ସଂସ୍କୃତି ଏବଂ ଅଭ୍ୟାସ ଉପରେ ନିର୍ଭର କରେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରମାନଙ୍କୁ ସେ କହିଥିଲେ ଆପଣ ସମସ୍ତେ ଆମର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରାର ଜଗୁଆଳି। ଆଇନର ସଂରକ୍ଷକର ଦାୟିତ୍ୱ ଆପଣଙ୍କ ଉପରେ ନ୍ୟସ୍ତ। ଯେତେବେଳେ ଆପଣମାନେ ଏହି ବ୍ୟବସ୍ଥାର ଏହାର ଏକ ଅଂଶ ହୋଇଥାନ୍ତି ସେତେବେଳେ, ଆଇନ ବ୍ୟବସ୍ଥାକୁ ଅଧିକ ଅନ୍ତର୍ଭୁକ୍ତ ଏବଂ ସୁଗମ କରିବା ପାଇଁ ଚେଷ୍ଟା କରିବା ଉଚିତ। ନ୍ୟାୟର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଏହାର ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।

Share