ଆଇନ କୂଟନୀତିଜ୍ଞ

ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୪୭ରେ ଅନ୍ତର୍ଜାତୀୟ ଆଇନ କମିଶନ (ଆଇଏଲ୍‌ସି) ଗଠନ କରାଯାଇଥିଲା। ଅନ୍ତର୍ଜାତୀୟ ଆଇନର ପ୍ରଗତିଶୀଳ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା କାର୍ଯ୍ୟ କରିଆସୁଛି। ଏବର କାର୍ଯ୍ୟକ୍ରମ ଦେଖିଲେ ଏହା ବିଭିନ୍ନ ପ୍ରକାର ଚୁକ୍ତି, ପରିବେଶ ଓ ବାତାବରଣର ସୁରକ୍ଷା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମୁଦ୍ର ସ୍ତର ନିୟନ୍ତ୍ରଣ, ସାଧାରଣ ଅନ୍ତର୍ଜାତୀୟ ଆଇନ ଅଲଂଘନୀୟ ନିୟମ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟିପାତ କରୁଛି। ଅନ୍ତର୍ଜାତୀୟ ଆଇନ ଉପରେ ଦକ୍ଷତା ଅର୍ଜନ କରିଥିବା ୩୪ ଜଣ ଅଭିଜ୍ଞ ବ୍ୟକ୍ତି କମିଶନର ସଦସ୍ୟ ରହିବାର ବ୍ୟବସ୍ଥା ଅଛି। ଏଭଳି ଏକ ସଂସ୍ଥାକୁ ଗୁଜରାଟସ୍ଥିତ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିମଳ ପଟେଲ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଯେତିକି ଚର୍ଚ୍ଚିତ ହୋଇଛି, ଭାରତ ପ୍ରତି ଅନ୍ୟ ରାଷ୍ଟ୍ରଗୁଡ଼ିକର ଆସ୍ଥା ଅଧିକ ରହିଥିବା ଦେଖିବାକୁ ମିଳିଛି। କାରଣ ୧୯୨ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୬୩ ଭୋଟ ପାଇ ବିମଳ ଏଭଳି ମର୍ଯ୍ୟାଦାଜନକ ପଦ ହାସଲ କରିଛନ୍ତି।
ବିମଳଙ୍କ ଶିକ୍ଷା ଓ କ୍ୟାରିୟରକୁ ଦେଖିଲେ ଆଇନ ଉପରେ ତାଙ୍କ ବହୁ ଅଭିଜ୍ଞତା ରହିଛି। ଗୁଜରାଟ କୃଷି ବିଶ୍ୱବିଦ୍ୟାଳୟରୁ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ନରଓ୍ବେର ଓସ୍‌ଲୋ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ସମ୍ପର୍କ ଓ ବହିର୍ବ୍ୟାପାର ନୀତି ଉପରେ ପୋଷ୍ଟ ଗ୍ରାଜୁଏଟ୍‌ ସମର ସ୍କୁଲ ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ। ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସରୁ ପୋଷ୍ଟଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ଇଣ୍ଟରନ୍ୟାଶନାଲ ରିଲେସନ୍ସ ଆଣ୍ଡ୍‌ ଡେଭଲପମେଣ୍ଟ ଡିଗ୍ରୀ ଅର୍ଜନ କରିଥିବା ବିମଳ ଲେଇଡେନ୍‌ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ଆଇନ ଉପରେ ଏଲ୍‌ଏଲ୍‌ଏମ୍‌ କରିଥିଲେ। ଇଣ୍ଟରନ୍ୟାଶନାଲ ଲ’ ଆଣ୍ଡ୍‌ ଗଭର୍ନାନ୍ସରେ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରି ସେ ବିଶ୍ୱସ୍ତରରେ ଅନେକ ବଡ଼ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ୧୯୯୫ରୁ ୨୦୦୯ ଯାଏ ହେଗ୍‌ସ୍ଥିତ ଅର୍ଗାନାଇଜେଶନ ଫର୍‌ ଦି ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବେପନ୍ସ (ଓପିସିଡବ୍ଲ୍ୟୁ)ରେ କାର୍ଯ୍ୟ କରିଥିଲେ। ଏପରି କି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରେ ଆଇନ ଉପରେ ଗବେଷଣା କରିଥିଲେ। ଆଇନ ସଂକ୍ରାନ୍ତ ଅନେକ ପୁସ୍ତକ ରଚନା ସହ ସମ୍ପାଦନ କରିଥିବା ବିମଳ ବହୁ ଅନ୍ତର୍ଜାତୀୟ ଜର୍ନାଲରେ ଗବେଷଣାତ୍ମକ ଲେଖା ପ୍ରକାଶ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜାତିସଂଘର ବିଭିନ୍ନ ଶାଖା ସହ ବିଶ୍ୱର ଅନେକ ସରକାରୀ ସଂସ୍ଥା ଲାଗି ଆଇନ ସମ୍ବନ୍ଧୀୟ ଶିକ୍ଷାଗତ ତଥା ଗବେଷଣାତ୍ମକ ପ୍ରକଳ୍ପ ସକାଶେ ଡିଜାଇନ୍‌ ଦେବା ସହ ତାହାର କାର୍ଯ୍ୟକାରିତାରେ ସଫଳ ଯୋଗଦାନ କରିଆସିଛନ୍ତି। ଅନ୍ତର୍ଜାତୀୟ ଆଇନ ଓ କୂଟନୀତି ଗବେଷକ ଭାବେ ବିମଳଙ୍କୁ ବିଭିନ୍ନ ସମୟରେ ଆଇସିଜେ, ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଫର୍‌ ଦି ଲ’ ଅଫ୍‌ ଦି ସି (ଆଇଟିଏଲ୍‌ଓଏସ୍‌), ଇଣ୍ଟରନ୍ୟାଶନାଲ କ୍ରିମିନାଲ ଟ୍ରିବ୍ୟୁନାଲ ଫର୍‌ ଫର୍ମର ୟୁଗୋସ୍ଲୋଭିଆ (ଆଇସିଟିଓ୍ବାଇ) ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ (ଜେନେଭା)ରେ ପ୍ରମୁଖ ଭୂମିକା ନିର୍ବାହ କରିବାର ସୁଯୋଗ ମିଳିଥିଲା।
ସ୍ବଦେଶରେ ଆଇନ କ୍ଷେତ୍ରକୁ ବିମଳଙ୍କ ଅବଦାନ ମଧ୍ୟ ଅନସ୍ବୀକାର୍ଯ୍ୟ। ସେ ଗୁଜରାଟ ଆଇନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଥିଲେ। ୨୧ତମ ଭାରତୀୟ ଆଇନ କମିଶନ ଓ ନ୍ୟାଶନାଲ ସିକ୍ୟୁରିଟି ଆଡ୍‌ଭାଇଜରି ବୋର୍ଡ ଅଫ୍‌ ଇଣ୍ଡିଆର ସଦସ୍ୟ ରହିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ ୨୦୨୧-୨୨ ଅବଧି ପାଇଁ ଭାରତର ସଦସ୍ୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ମାର୍ଗଦର୍ଶନ ଦେବାରେ ସେ ଅନ୍ୟତମ ଶିକ୍ଷା ସମ୍ବନ୍ଧୀୟ ଉପଦେଷ୍ଟା ଅଛନ୍ତି। ଏଥିସହିତ ବିମଳ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଆର୍ଥିକ ଓ ବହିର୍ବ୍ୟାପାର ସଂକ୍ରାନ୍ତ ସଂସ୍ଥାରେ ଆଇନ ପରାମର୍ଶ ଦେଇ ଜଣେ ଆଇନ କୂଟନୀତିଜ୍ଞ ହୋଇପାରିଛନ୍ତି। ଏବେ ଅନ୍ତର୍ଜାତୀୟ ଆଇନ କମିଶନରେ ସେ ସ୍ଥାନ ପାଇଥିବାରୁ ଭାରତର ସ୍ବର ବିଶ୍ୱ ମଞ୍ଚରେ ଠିକ୍‌ ଭାବେ ପହଞ୍ଚତ୍ପାରିବ ବୋଲି କୁହାଯାଉଛି। ଏଥିସହିତ ଅନ୍ତର୍ଜାତୀୟ ଆଇନ ଉପରେ ତାଙ୍କର ଅଗାଧ ଦକ୍ଷତା ଆଇଏଲ୍‌ସିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri