ଆଇନ କୂଟନୀତିଜ୍ଞ

ଜାତିସଂଘ ସାଧାରଣ ସଭା ଦ୍ୱାରା ୧୯୪୭ରେ ଅନ୍ତର୍ଜାତୀୟ ଆଇନ କମିଶନ (ଆଇଏଲ୍‌ସି) ଗଠନ କରାଯାଇଥିଲା। ଅନ୍ତର୍ଜାତୀୟ ଆଇନର ପ୍ରଗତିଶୀଳ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହା କାର୍ଯ୍ୟ କରିଆସୁଛି। ଏବର କାର୍ଯ୍ୟକ୍ରମ ଦେଖିଲେ ଏହା ବିଭିନ୍ନ ପ୍ରକାର ଚୁକ୍ତି, ପରିବେଶ ଓ ବାତାବରଣର ସୁରକ୍ଷା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମୁଦ୍ର ସ୍ତର ନିୟନ୍ତ୍ରଣ, ସାଧାରଣ ଅନ୍ତର୍ଜାତୀୟ ଆଇନ ଅଲଂଘନୀୟ ନିୟମ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟିପାତ କରୁଛି। ଅନ୍ତର୍ଜାତୀୟ ଆଇନ ଉପରେ ଦକ୍ଷତା ଅର୍ଜନ କରିଥିବା ୩୪ ଜଣ ଅଭିଜ୍ଞ ବ୍ୟକ୍ତି କମିଶନର ସଦସ୍ୟ ରହିବାର ବ୍ୟବସ୍ଥା ଅଛି। ଏଭଳି ଏକ ସଂସ୍ଥାକୁ ଗୁଜରାଟସ୍ଥିତ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିମଳ ପଟେଲ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଯେତିକି ଚର୍ଚ୍ଚିତ ହୋଇଛି, ଭାରତ ପ୍ରତି ଅନ୍ୟ ରାଷ୍ଟ୍ରଗୁଡ଼ିକର ଆସ୍ଥା ଅଧିକ ରହିଥିବା ଦେଖିବାକୁ ମିଳିଛି। କାରଣ ୧୯୨ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୬୩ ଭୋଟ ପାଇ ବିମଳ ଏଭଳି ମର୍ଯ୍ୟାଦାଜନକ ପଦ ହାସଲ କରିଛନ୍ତି।
ବିମଳଙ୍କ ଶିକ୍ଷା ଓ କ୍ୟାରିୟରକୁ ଦେଖିଲେ ଆଇନ ଉପରେ ତାଙ୍କ ବହୁ ଅଭିଜ୍ଞତା ରହିଛି। ଗୁଜରାଟ କୃଷି ବିଶ୍ୱବିଦ୍ୟାଳୟରୁ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ନରଓ୍ବେର ଓସ୍‌ଲୋ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ସମ୍ପର୍କ ଓ ବହିର୍ବ୍ୟାପାର ନୀତି ଉପରେ ପୋଷ୍ଟ ଗ୍ରାଜୁଏଟ୍‌ ସମର ସ୍କୁଲ ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ। ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସରୁ ପୋଷ୍ଟଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ଇଣ୍ଟରନ୍ୟାଶନାଲ ରିଲେସନ୍ସ ଆଣ୍ଡ୍‌ ଡେଭଲପମେଣ୍ଟ ଡିଗ୍ରୀ ଅର୍ଜନ କରିଥିବା ବିମଳ ଲେଇଡେନ୍‌ ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ଆଇନ ଉପରେ ଏଲ୍‌ଏଲ୍‌ଏମ୍‌ କରିଥିଲେ। ଇଣ୍ଟରନ୍ୟାଶନାଲ ଲ’ ଆଣ୍ଡ୍‌ ଗଭର୍ନାନ୍ସରେ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରି ସେ ବିଶ୍ୱସ୍ତରରେ ଅନେକ ବଡ଼ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ୧୯୯୫ରୁ ୨୦୦୯ ଯାଏ ହେଗ୍‌ସ୍ଥିତ ଅର୍ଗାନାଇଜେଶନ ଫର୍‌ ଦି ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବେପନ୍ସ (ଓପିସିଡବ୍ଲ୍ୟୁ)ରେ କାର୍ଯ୍ୟ କରିଥିଲେ। ଏପରି କି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରେ ଆଇନ ଉପରେ ଗବେଷଣା କରିଥିଲେ। ଆଇନ ସଂକ୍ରାନ୍ତ ଅନେକ ପୁସ୍ତକ ରଚନା ସହ ସମ୍ପାଦନ କରିଥିବା ବିମଳ ବହୁ ଅନ୍ତର୍ଜାତୀୟ ଜର୍ନାଲରେ ଗବେଷଣାତ୍ମକ ଲେଖା ପ୍ରକାଶ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜାତିସଂଘର ବିଭିନ୍ନ ଶାଖା ସହ ବିଶ୍ୱର ଅନେକ ସରକାରୀ ସଂସ୍ଥା ଲାଗି ଆଇନ ସମ୍ବନ୍ଧୀୟ ଶିକ୍ଷାଗତ ତଥା ଗବେଷଣାତ୍ମକ ପ୍ରକଳ୍ପ ସକାଶେ ଡିଜାଇନ୍‌ ଦେବା ସହ ତାହାର କାର୍ଯ୍ୟକାରିତାରେ ସଫଳ ଯୋଗଦାନ କରିଆସିଛନ୍ତି। ଅନ୍ତର୍ଜାତୀୟ ଆଇନ ଓ କୂଟନୀତି ଗବେଷକ ଭାବେ ବିମଳଙ୍କୁ ବିଭିନ୍ନ ସମୟରେ ଆଇସିଜେ, ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଫର୍‌ ଦି ଲ’ ଅଫ୍‌ ଦି ସି (ଆଇଟିଏଲ୍‌ଓଏସ୍‌), ଇଣ୍ଟରନ୍ୟାଶନାଲ କ୍ରିମିନାଲ ଟ୍ରିବ୍ୟୁନାଲ ଫର୍‌ ଫର୍ମର ୟୁଗୋସ୍ଲୋଭିଆ (ଆଇସିଟିଓ୍ବାଇ) ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ (ଜେନେଭା)ରେ ପ୍ରମୁଖ ଭୂମିକା ନିର୍ବାହ କରିବାର ସୁଯୋଗ ମିଳିଥିଲା।
ସ୍ବଦେଶରେ ଆଇନ କ୍ଷେତ୍ରକୁ ବିମଳଙ୍କ ଅବଦାନ ମଧ୍ୟ ଅନସ୍ବୀକାର୍ଯ୍ୟ। ସେ ଗୁଜରାଟ ଆଇନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଥିଲେ। ୨୧ତମ ଭାରତୀୟ ଆଇନ କମିଶନ ଓ ନ୍ୟାଶନାଲ ସିକ୍ୟୁରିଟି ଆଡ୍‌ଭାଇଜରି ବୋର୍ଡ ଅଫ୍‌ ଇଣ୍ଡିଆର ସଦସ୍ୟ ରହିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ ୨୦୨୧-୨୨ ଅବଧି ପାଇଁ ଭାରତର ସଦସ୍ୟତା ଲାଗି ଭାରତ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ମାର୍ଗଦର୍ଶନ ଦେବାରେ ସେ ଅନ୍ୟତମ ଶିକ୍ଷା ସମ୍ବନ୍ଧୀୟ ଉପଦେଷ୍ଟା ଅଛନ୍ତି। ଏଥିସହିତ ବିମଳ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଆର୍ଥିକ ଓ ବହିର୍ବ୍ୟାପାର ସଂକ୍ରାନ୍ତ ସଂସ୍ଥାରେ ଆଇନ ପରାମର୍ଶ ଦେଇ ଜଣେ ଆଇନ କୂଟନୀତିଜ୍ଞ ହୋଇପାରିଛନ୍ତି। ଏବେ ଅନ୍ତର୍ଜାତୀୟ ଆଇନ କମିଶନରେ ସେ ସ୍ଥାନ ପାଇଥିବାରୁ ଭାରତର ସ୍ବର ବିଶ୍ୱ ମଞ୍ଚରେ ଠିକ୍‌ ଭାବେ ପହଞ୍ଚତ୍ପାରିବ ବୋଲି କୁହାଯାଉଛି। ଏଥିସହିତ ଅନ୍ତର୍ଜାତୀୟ ଆଇନ ଉପରେ ତାଙ୍କର ଅଗାଧ ଦକ୍ଷତା ଆଇଏଲ୍‌ସିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri