ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଭରଣ ପୋଷଣ ଏବଂ ସେମାନଙ୍କ ପାଇଁ ସୁରକ୍ଷା ଆଇନ ସମ୍ପର୍କରେ ଏକ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟ ପରିସରରେ ଅନୁଷ୍ଠିତ ସଭାରେ କମିଟି ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ମହାଶ୍ଵେତା ପରିଜା ଅଧ୍ୟକ୍ଷତା କରିଥିଲେ। ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ହରପ୍ରସାଦ ରଥ, ପୂର୍ବତନ ସମ୍ପାଦକ କୁରେଶୁ ପଣ୍ଡା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଡ଼. ଯୁଧିଷ୍ଠିର ସ୍ୱାଇଁ, ସମ୍ପାଦକ କେ. ନାଗେଶ୍ୱର ରାଓ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ବୃଦ୍ଧ  ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ସମ୍ମାନର ସହ ବଞ୍ଚିବାର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରାଇବା ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନ, ସନ୍ତାନ ସନ୍ତତିଙ୍କ ନୈତିକ କର୍ତ୍ତବ୍ୟ ଓ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କ ଦାୟିତ୍ୱ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।କମିଟି ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟକ ଆଇନଜୀବି,ଅବସରପ୍ରାପ୍ତ କର୍ମଚାରୀ ବୃନ୍ଦ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share