ଲଣ୍ଡନ,୨୮।୯: ଭାରତର ଲେଗ୍ ସ୍ପିନର ରାହୁଲ ଚହର ପଦାର୍ପଣ ମ୍ୟାଚ୍ରେ ୮ ଉଇକେଟ ନେଇ କାଉଣ୍ଟି କ୍ରିକେଟର ୧୬୬ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି।
ସେ ହାମ୍ପଶାୟାର ବିପକ୍ଷ ମ୍ୟାଚ୍ରେ ୨୪ ଓଭର ବୋଲିଂ କରି ୭ ମେଡେନ ସହିତ ୫୧ ରନ୍ ଦେଇ ୮ ଉଇକେଟ ନେଇଥିଲେ। ଏଥିପୂର୍ବରୁ ପଦାର୍ପଣ ମ୍ୟାଚ୍ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ରେକର୍ଡ ଓ୍ବିଲିଆନ ମୁଡଲେଙ୍କ ନାମରେ ରହିଥିଲା। ସେ ୧୮୫୯ରେ ନିଜ ପଦାର୍ପଣ ମ୍ୟାଚ୍ରେ ୬୧ ରନରେ ୭ ଉଇକେଟ ନେଇଥିଲେ।
ମ୍ୟାଚ୍ରେ ଚହରଙ୍କ ୧୦ ଉଇକେଟ ସଫଳତା ଯୋଗୁ ସରେ ୨୦ ରନରେ ହାମ୍ପଶାୟାରକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ହାମ୍ପଶାୟାର ପାଇଁ ଭାରତୀୟ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ୩.୨ ଓଭରରେ ୫ ରନ୍ ଦେଇ ୩ ଉଇକେଟ ନେବା ସହ ବ୍ୟାଟରେ ଉଭୟ ଇନିଂସରେ ଯଥାକ୍ରମେ ୫୬ ଓ ୧୧ ରନ କରିଥିଲେ। ଚହର ଭାରତ ପାଇଁ ୨୦୧୯ରୁ ୨୧ ପର୍ଯ୍ୟନ୍ତ ୧ ଦିନିକିଆ ଓ ୬ ଟି୨୦ ମ୍ୟାଚ୍ ଖେଳିଛନ୍ତି।


