Categories: ଜାତୀୟ

ସରପଞ୍ଚ ହେବା ପାଇଁ ଡାକ୍ତରୀ ପାଠ ଛାଡ଼ିଲେ

ପୁଣେ, ୨୨।୧୨ : ଜର୍ଜିଆରେ ଡାକ୍ତରୀ ପାଠ ପଢ଼ୁଥିବା ଯଶୋଧରା ଶିନ୍ଦେ (୨୧) ଗାଁରେ ସରପଞ୍ଚ ନିର୍ବାଚନ ଲଢ଼ିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ି ଚାଲିଆସିଛନ୍ତି। ମହାରାଷ୍ଟ୍ର ସାଙ୍ଗଲି ଜିଲା ମିରାଜ ତହସିଲ ଅନ୍ତର୍ଗତ ଭାଡ୍ଡି ଗ୍ରାମରେ ଯଶୋଧରାଙ୍କ ଘର। ଚଳିତ ମାସ ୧୮ ତାରିଖରେ ଏଠାରେ ସରପଞ୍ଚ ନିର୍ବାଚନ ହୋଇଥିଲା। ଗ୍ରାମବାସୀ ଜଣେ ଏମିତି ପ୍ରାର୍ଥୀଙ୍କୁ ଇଲେକ୍ସନରେ ଛିଡ଼ା କରିବାକୁ ଚାହୁଁଥିଲେଯେ, ଏହି ଦାୟିତ୍ୱକୁ ଭଲଭାବେ ତୁଲାଇ ପାରୁଥିବ। ଗାଁ ଲୋକେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଲାଗି ଯଶୋଧରାଙ୍କୁ ବାଛିଲେ। ନିଷ୍ପତ୍ତି ପରେ ତାଙ୍କ ଘରଲୋକ ଯଶୋଧରାଙ୍କୁ ସବୁକଥା ଜଣାଇଥିଲେ। ସରପଞ୍ଚ ନିର୍ବାଚନ ଲଢ଼ିବା ଲାଗି ରାଜି ହୋଇ ସେ ଅଧାରୁ ପଢ଼ା ଛାଡ଼ି ଜର୍ଜିଆରୁ ମହାରାଷ୍ଟ୍ର ଚାଲିଆସିଥିଲେ।

ଯଶୋଧରାଙ୍କ ସପକ୍ଷରେ ଯିବାପରେ ଭିଡ୍ଡାର ବିକାଶ ଦିଗରେ ସେ କାମ କରିବେ ବୋଲି କହିଛନ୍ତି। ମହିଳା ସଶକ୍ତୀକରଣ, ଶିଶୁ ବିକାଶ ଓ ପିଲାମାନଙ୍କୁ ମଡର୍ନ ଶିକ୍ଷା ପଦ୍ଧତି ଯୋଗାଇ ଦେବା ଦିଗରେ ସେ କାର୍ଯ୍ୟ କରିବେ ବୋଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଗାଁର ୭୦ରୁ ୮୦% ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ଏହାର ବିକାଶ ଦିଗରେ କାର୍ଯ୍ୟ କରିବେ। ମେଡିକାଲ ପାଠ୍ୟକ୍ରମ ଅଧାରୁ ଛାଡ଼ି ଆସିଥିବା ଯଶୋଧରା ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି। ପଢ଼ା ଶେଷ ହେବା ଲାଗି ଆଉ ଦେଢ଼ବର୍ଷ ବାକି ରହିଛି। ଏ ନେଇ ତାଙ୍କ ବନ୍ଧୁମାନେ ସହଯୋଗ କରୁଛନ୍ତି।

 

Share