ଟଙ୍କା ପାଇଁ ଶିକ୍ଷକତା ଛାଡ଼ି ବାଛିଲେ ଏମିତି ପେଶା….

ମାନିଲା,୧୪।୯: ଟଙ୍କା ପାଇଁ ଶିକ୍ଷୟିତ୍ରୀରୁ ପାଲଟିଗଲେ ନଗ୍ନ ମଡେଲ। ପରିବାରର ଦାୟିତ୍ୱ ବୋଝ ଆଗରେ ମୁଣ୍ଡ ନୁଆଇଁ ଶିକ୍ଷକତା ଛାଡ଼ି ଉତ୍ତେଜିତ ଭିଡିଓରେ କାର୍ଯ୍ୟ କରୁଛନ୍ତି ଫିଲିପାଇନ୍ସର ୨୧ ବର୍ଷୀୟା ମେୟୁର୍ନ ସ୍ମାଇଲ୍ସ।

ସ୍ମାଇଲ୍ସ ଫିଲିପାଇନ୍ସର ଗୋଟିଏ ସ୍କୁଲରେ ଶିକ୍ଷକତା କରୁଥିଲେ। ସେଥିରୁ ସେ ମାସିକ ୨୬,୦୦୦ ଟଙ୍କା ଆୟ ଥିଲା। ତାଙ୍କ ବାପା ଜଣେ ଡ୍ରାଇଭର ଓ ମା’ ଅନ୍ୟ ଘରେ କାମ କରନ୍ତି। କେତେବେଳେ ଖାଇବାକୁ ମିଳୁଥିଲା ତ, କେତେବେଳେ ଭୋକରେ ଶୋଇବାକୁ ପଡ଼ୁଥିଲା। ୮ ବର୍ଷରୁ ସ୍ମାଇଲ୍ସ ଦୁଇ ଭାଇଙ୍କ ଯତ୍ନ ନେଇ ଆସୁଛନ୍ତି।

୨୦୧୯ରେ ସେ ‘ୱନଲି ଫ୍ୟାନ୍ସ’ ନାମକ ଏକ ୱେବସାଇଟ୍‌ ବିଷୟରେ ଜାଣିବାକୁ ପାଇଥିଲେ। ସେହି ଓ୍ବେଟ୍‌ସାଇଟ୍‌ରେ ସବସ୍କ୍ରିପ୍ସନ ଫି’ ଦେଇ ନିଜର ନଗ୍ନ ଫଟୋ ଓ ଭିଡିଓ ଅପଲୋଡ୍‌ କରାଯାଏ। ସ୍ମାଇଲ୍ସ ଏବେ ସେହି ଓ୍ବେବସାଇଟ୍‌ ଜରିଆରେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ସେ ପରିବାରର ସମସ୍ତ ବୋଝ ଉଠାଇବା ସହ ଛୁଟି ପାଇଁ ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆ ଭଳି ସ୍ଥାନକୁ ଯାଉଛନ୍ତି।

 

Share