ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି ଜନ୍ମଦିନ। ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଥିବା ଲୀନା ମାତ୍ର ୨୫ ବର୍ଷ ବୟସରେ ବିଧବା ହୋଇଯାଇଥିଲେ। ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିବାହର ମାତ୍ର ଅଳ୍ପ କିଛି ଦିନ ପରେ ଏହି ଦୁର୍ଘଟଣା ଘଟିଥିଲା।


ଲୀନା ୧୯୬୮ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ‘ମନ୍‌ କା ମିତ୍‌’ ମାଧ୍ୟମାର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ସେ ବିଜ୍ଞାପନରେ କାମ କରୁଥିଲେ। ପ୍ରଥମ ଫିଲ୍ମର ସଫଳତା ପରେ ତାଙ୍କୁ ଅନେକ ଫିଲ୍ମରେ ଅଫର ମିଳିଲା। ଗୋଟିଏ ପlରେ ଗୋଟିଏ ସଫଳ ଫିଲ୍ମ ସେ କରିଚାଲିଲେ। ଲୀନା ବହୁତ ରକ୍ଷଣଶୀଳ ଥିଲେ। ତେଣୁ ସେ ଅଭିନୟ କ୍ୟାରିୟରରେ କେବେହେଲେ ବିକିନି ପିନ୍ଧି ନ ଥିଲେ କି ଫଟୋସୁଟ୍‌ ମଧ୍ୟ କରି ନ ଥିଲେ। ତାଙ୍କର ଅଭିନୟ କ୍ୟାରିୟର ବହୁତ ଭଲ ଚାଲିଥିଲା। ଫିଲ୍ମରେ କାମ କରୁଥିବା ବେଳେ ସେ ୧୯୭୫ରେ ରାଜନୈତିକ ପରିବାରର ସିଦ୍ଧାର୍ଥ ବନ୍ଦୋଦକରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କ ବେଶିଦିନ ତିଷ୍ଟି ନ ଥିଲା। ସିଦ୍ଧାର୍ଥଙ୍କ ଦେହରେ ଭୁଲରେ ଗୁଳି ଲାଗିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ମାତ୍ର ୨୫ ବର୍ଷ ବୟସରେ ଲୀନା ବିଧବା ହୋଇଯାଇଥିଲେ। କିଛି ଦିନ ଘରେ ରହିବା ପରେ ସେ ପୁଣିଥରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କଲେ। ଏହି ସମୟରେ ନିଜଠାରୁ ୨୧ ବର୍ଷ ବଡ ସିଙ୍ଗର କିଶୋର କୁମାରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ୧୯୮୦ ରେ ସେମାନେ ବିବାହ କଲେ। ମାତ୍ର ଲୀଲାଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ। କାରଣ କିଶୋର ପୂର୍ବରୁ ୩ ଥର ବିବାହ କରିସାରିଥିଲେ। ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ବିବାହର ଅଳ୍ପ କିଛି ବର୍ଷ ପରେ କିଶୋରଙ୍କର ମୃତ୍ୟୁ ଘଟିଲା। ଫଳlରେ ଲୀନା ପୁଣିଥରେ ବିଧବା ହେଲେ। ସେହି ସମୟରେ ତାଙ୍କର ବୟସ ମାତ୍ର ୩୭ ଥିଲା। ଶେଷଥର ପାଇଁ ଲୀନାଙ୍କୁ ୧୯୮୫ରେ ଫିଲ୍ମ ‘ସରଫୋରୋଶ’ ରେ ଦେଖିବାକୁ ମିଳିଥିଲା। ଏବେ ଲୀନା ନିଜ ପୁଅ ସହ ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri