ଲୀଳାନ୍ଦ୍ରି ‘ମିସେସ୍‌’, ଆହିଲ ‘ମିଷ୍ଟର ଭୁବନେଶ୍ୱର’

ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ମୁଡ୍‌ଲିଫ୍ଟ ଫ୍ୟାଶନ ପକ୍ଷରୁ ମିଷ୍ଟର, ମିସେସ୍‌, ମିସ୍‌, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ)ଙ୍କୁ ନେଇ ବିଭିନ୍ନ ବିଭାଗରେ ଫ୍ୟାଶନ ପ୍ରତିଯୋଗିତାର ଚୂଡାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ସ୍ମୃତି ସଂସଦଠାରେ ଆୟୋଜିତ ଏହି ଶୋ’ରେ ଉଭୟ ମା’ ଏବଂ ପୁଅ ଟାଇଟଲ ହାତେଇଛନ୍ତି। ମିସେସ୍‌ ବିଭାଗରେ ଲୀଳାନ୍ଦ୍ରି ପଣ୍ଡା ‘ମିସେସ୍‌ ଭୁବନେଶ୍ୱର’ ଭାବେ ବିଜୟୀ ମୁକୁଟ ପିନ୍ଧିଥିବାବେଳେ ଶିଶୁ-ବାଳକ ବିଭାଗରେ ତାଙ୍କ ପୁଅ ଆହିଲ ମହାନ୍ତି ‘ମିଷ୍ଟର ଭୁବନେଶ୍ୱର’ ଭାବେ ବିବେଚିତ ହୋଇଥିଲେ। ଏଥିରେ ମୋଟ୍‌ ୧୨୦ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବାବେଳେ ୪୮ଜଣ ଶେଷ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଥିଲେ। ଅମ୍ଲାନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧନା ଏବଂ ଆଶିଷ ମୁଖ୍ୟ ସଂଯୋଜକ ଥିଲେ। ବିଚାରକ ଭାବେ ସୌମ୍ୟା ପ୍ରଧାନ, ମୈତ୍ରୀ ମୋନାଲି, ପ୍ରିୟଙ୍କା ମହାପାତ୍ର ଯୋଗଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ସମିତା ମହାନ୍ତି, ପ୍ରଜ୍ଞା ପ୍ରଧାନ, ଶୁଭାଙ୍ଗୀ ଜେନା ଓ ରାକେଶ ରୋଶନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।