Categories: ଜାତୀୟ

ଦେଶ ପାଇଁ ଏହି କାମ ସାରି ପିତାଙ୍କ ଚିତାରେ ନିଆଁ ଦେଲେ ମହିଳା ପୋଲିସ ଇନ୍ସପେକ୍ଟର

ଚେନ୍ନାଇ,୧୬।୮: ତାମିଲନାଡୁ ଜଣେ ମହିଳା ପୋଲିସର ଇନ୍ସପେକ୍ଟର ପିତାଙ୍କ ମୃତ୍ୟୁ ସତ୍ତ୍ୱେ ତାଙ୍କ ଅନ୍ତିମ ସଂସ୍କାର ବନ୍ଦ କରି ସ୍ବାଧୀନତା ଦିବସ ପରେଡର ନେତୃତ୍ୱ ନେଇଥିଲେ। ସଶସ୍ତ୍ର ରିଜର୍ଭ ପୋଲିସର ଇନ୍ସପେକ୍ଟର ଏନ୍‌.ମାହେଶ୍ୱରୀ ବାପାଙ୍କ ମୃତ୍ୟୁ ଖବର ଶୁଣି ଥିଲେ ମଧ୍ୟ ଜିଲା ମାଜିଷ୍ଟ୍ରେଟ ଶିଳ୍ପା ପ୍ରଭାକର ସତୀଶ ଏବଂ ପୋଲିସ ଅଧୀକ୍ଷକ ଏନ। ମଣିଭାନନଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଅଗଷ୍ଟ ୧୪ ବିଳମ୍ବିତ ରାତିରେ ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇଥିଲେ। ଅଗଷ୍ଟ ୧୫ ସକାଳେ ପରେଡରେ ନେତୃତ୍ୱ ନେବା ପରେ ସେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଚିତାରେ ନିଆଁ ଲଗାଇଥିଲେ। ବ୍ୟକ୍ତିଗତ ସମ୍ବେଦନଶୀଳତା ଏବଂ ଦୁତ୍ଃଖକୁ ପଛରେ ପକାଇ ନିଜ କର୍ତ୍ତବ୍ୟ କରିଛନ୍ତି। ଏଥିପାଇଁ ପୋଲିସ ବିଭାଗ ତାଙ୍କ ପାଇଁ ଗର୍ବିତ। ସୂଚନାଯୋଗ୍ୟ, ମାହେଶ୍ୱରୀଙ୍କ ୮୩ ବର୍ଷିୟ ପିତା ନାରାୟଣସାମୀଙ୍କ ଦେଣ୍ଡିଗୁଲ ଜିଲାରେ ମୃତ୍ୟୁ ଘଟିଛି।

Share