୭ ଦିନ ପରେ ବି ସଜାଡ଼ି ହେଲାନି ଲେଡବନ୍ଧ ରାସ୍ତା: ବିପଦସଂକୁଳ ଅବସ୍ଥାରେ ଚାଲିଛି ଯାନବାହନ ଚଳାଚଳ

ମୋହନା, ୩।୧୧।୨୬: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧୋଇ ହୋଇଯାଇଥିଲା ଲେଡବନ୍ଧ ରାସ୍ତା। ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ପ୍ରଶାସନ ପକ୍ଷରୁ ଯାତାୟାତ ବନ୍ଦ କରାଯାଇଥିଲା। ଫଳରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ସମେତ ରାଜଧାନୀ ଭୁବନେଶ୍ୱରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା।

ତେବେ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତାର ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ। ବର୍ତ୍ତମାନ ଏହି ରାସ୍ତାରେ ଯାନବାହନ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ଭଙ୍ଗା ରାସ୍ତାରେ ବୁଲାଣି ଥିବାରୁ ଯାତାୟାତ ବିପଦସଂକୁଳ ହୋଇପଡ଼ିଛି। ରାସ୍ତାର ଅସମ୍ପୂର୍ଣ୍ଣ ମରାମତି ଯୋଗୁଁ ଯାତ୍ରୀ ଓ ଗାଡ଼ିଚାଳକଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ତେଣୁ ଯାତାୟାତକୁ ସୁରକ୍ଷିତ କରିବା ସହ ରାସ୍ତାର ସ୍ଥାୟୀ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share