ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଅଧ୍ୟାପିକାଙ୍କ ମୃତ୍ୟୁ ୩ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି।
ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଧ୍ୟାପିକା ଜଣକ ହେଲେ ତେଜସ୍ବିନୀ ପାଢ଼ୀ। ସେ ଘରୋଇ ବିଜ୍ଞାନ ପଢାଉଥିଲେ। ସେ ଏଠାରେ ଅତିଥି ଅଧ୍ୟାପିକା ଭାବେ କାମ କରୁଥିଲେ। ତାଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବା ଜଣାପଡ଼ିଛି।