ଦେବାଳିଆ ଅବସ୍ଥାରେ ଏହି ଦେଶ, ଉପାସରେ ସୈନିକ

ବେରୁଟ୍‌,୪।୮: ଦେବାଳିଆ ଅବସ୍ଥାରେ ଲେବାନନ। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେଠାରେ ଥିବା ସୈନିକମାନଙ୍କୁ ମଧ୍ୟ ଭୋକରେ ରହିବାକୁ ପଡୁଛି। ଲେବାନନର ଅର୍ଥନୈତିକ ଦେବାଳିଆ ଏବଂ ଅବ୍ୟବସ୍ଥା ଆଡକୁ ଗତି କରୁଛି। ଏଠାରେ ଅଧିକାଂଶ ଅଞ୍ଚଳରେ ୨୦-୨୦ ଘଣ୍ଟା ବିଦ୍ୟୁତ କାଟ ହୋଇଛି। ରାସ୍ତାରେ କୁଢ କୁଢ ଆବର୍ଜନା ଗଦା ହୋଇଛି। ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଡାକ୍ତରଖାନାଗୁଡ଼ିକରେ ସ୍ବାସ୍ଥ୍ୟସେବା ବନ୍ଦ ହେବାର ଆଶଙ୍କା ଥିବାବେଳେ ସୈନିକମାନେ ଖାଦ୍ୟ ମଧ୍ୟ ପାଇପାରୁ ନାହାଁନ୍ତି। ପ୍ରଶାସନିକ ଢାଞ୍ଚା ଦୁର୍ବଳ ହୋଇଯାଉଥିବାରୁ ଲେବାନନରେ ଅପରାଧ ବୃଦ୍ଧି ପାଉଛି। କରୋନା ମହାମାରୀ ଦେଶକୁ ଆର୍ଥିକ ଦୃଷ୍ଟିରୁ ଆହୁରି ଭାଙ୍ଗି ଦେଇଛି। ସୂଚନାଯୋଗ୍ୟ, ଅର୍ଥନୈତିକ ସଙ୍କଟ ମଧ୍ୟରେ ବୈଦେଶିକ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସରକାରଙ୍କ ଦୁର୍ବଳ ନୀତି ଯୋଗୁ ଏହି ସଙ୍କଟ ଦେଖାଦେଇଛି। ୨୦୧୯ରେ ସୋସିଆଲ ମେସେଜିଂ ଆପ ହ୍ବାଟସଆପ୍‌ ଟ୍ୟାକ୍ସ ଦେବାକୁ ଯୋଜନା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଦେଶରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା। ସେଠାରେ ସରକାରଙ୍କ ବିରୋଧରେ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ।

Share