କାମ ନ ଥାଇ ଘରୁ ବାହାରିଲେ ଜରିମାନା ୧୦ ହଜାର…

ମୁମ୍ବାଇ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଲୋକଙ୍କ ଉପରେ ଏହାର ପ୍ରଭାବ ଅନୁଭୁତ ହେଉ ନ ଥିବା ମନେ ହେଉଛି। ଅମାନିଆ ବେଧଡ଼କ ଘରୁ ବିନା କାମରେ ବାହାରି ବୁଲାବୁଲି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅମାନିଆଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଳାଗୁ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ ପ୍ରତି ଛକରେ ପୋଲିସ ମୁତୟନ କରାଯାଇଛି।

Share