ଘରେ ପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କ ?

ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରିକି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି। ତେବେ କର୍ମଜୀବୀ ମହିଳା କିମ୍ବା ପୁରୁଷ ଅନେକ ସମୟରେ ସେମାନଙ୍କ ପିଲାଙ୍କୁ ଘରେ ଏକୁଟିଆ କିମ୍ବା ଅନ୍ୟ କାହା ପାଖେ ଛାଡ଼ି ଅଫିସ ବାହାରିଥାନ୍ତି। ଯଦି ଆପଣ ସେପରି କରୁଥାନ୍ତି ଏହି ସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ଘରେ ଛୋଟ ଛୁଆ ଥିଲେ ଘରୁ ଅଫିସ ବାହାରିବା ସମୟରେ ଇଲେକ୍ଟ୍ରି ବୋର୍ଡରେ ଟେପ୍‌ ଲଗାଇ ଦିଅନ୍ତୁ।

ଘରେ ଥିବା ଗ୍ୟାସ୍‌କୁ ସିଲିଣ୍ଡର ସହ ସଂଯୋଗ ବନ୍ଦ କରନ୍ତୁ। କାରଣ ଏଥିରେ ଅଧିକ ବିପଦ ଥାଏ।

ଘରେ ଧାରୁଆ ଜିନିଷ ଲୁଚେଇ ରଖିବା ସହିତ କୁକୁର ବିଲେଇ ରଖୁଥିଲେ ସେମାନଙ୍କୁ ପିଲାଙ୍କଠାରୁ ଦୁରେଇ ରଖନ୍ତୁ।

ପିଲାଙ୍କୁ ନିଜର ନମ୍ବର ମନେ ରଖିବାକୁ କୁହନ୍ତୁ। କେଯଣସି ଅସୁବିଧା ସମୟରେ ଆପଣଙ୍କୁ ଫୋନ୍‌ କରିବାକୁ ଶିଖାନ୍ତୁ।

ତେବେ ଅନେକ ସମୟରେ ଛୁଆଙ୍କୁ ଏକୁଟିଆ ଛାଡିବା ଆବଶ୍ୟକ। କାରଣ ସେମାନଙ୍କ ଡର ଛାଡିଯାଇଥାଏ।