Posted inଫୁରସତ

କୁକୁର ପାଇଁ ଛାଡ଼ିଲେ ଚାକିରି

କାନ୍‌ବେରା: ଘରେ ପାଳୁଥିବା ପ୍ରାଣୀଙ୍କୁ ପ୍ରାୟ ସମସ୍ତେ ବହୁତ ଭଲ ପାଆନ୍ତି। ତାଙ୍କ ପାଇଁ ସେମାନେ ମଧ୍ୟ ଅନେକ କିଛି କରିଥାନ୍ତି। ହେଲେ ନିକଟରେ ଜଣେ ଯୁବତୀ ପାଳିଥିବା ତାଙ୍କ କୁକୁର ପାଇଁ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଅଷ୍ଟ୍ରେଲିଆ ସିଡ୍‌ନୀର ଜଣେ ପୁଷ୍ଟି ବିଜ୍ଞାନୀ ଆଶା ଡିଲନ ତାଙ୍କ ପାଳିତ କୁକୁର ପାଇଁ ଚାକିରି ଛାଡ଼ି ଦେଇଛନ୍ତି। ଆଶାଙ୍କ କହିବା ମୁତାବକ, ତାଙ୍କ କୁକୁର ରୋମିୟୋ ତାଙ୍କୁ ବହୁତ ଭଲ ପାଏ। ସେ ଯେତେବେଳେ ବାହାରକୁ ଯାଆନ୍ତି, ସେ ଖୁବ୍‌ ଜୋର୍‌ରେ କାନ୍ଦେ, ପାଟିକରେ ଏବଂ ଘରର ଜିନିଷ ମଧ୍ୟ ଭାଙ୍ଗିଦିଏ। ଏମିତି ବି ସେ ଗାଧେଇବା ବେଳେ ମଧ୍ୟ ବାଥ୍‌ରୁମ୍‌ କବାଟକୁ ବାଡ଼ାଏ। ରୋମିୟୋର ଏପରି ବ୍ୟବହାର ସୁଧାରିବାକୁ ସେ କିଛି କରିବାକୁ ନିଷ୍ପତ୍ତି ନେଲେ। ରୋମିୟୋକୁ ଶାନ୍ତ କରିବାକୁ ସେ ବାଧ୍ୟହୋଇ ଚାକିରି ଛାଡ଼ିଦେଲେ। ରିପୋର୍ଟ ମୁତାବକ, ଆଶା ବର୍ତ୍ତମାନ ଅଧିକାଂଶ ସମୟ ରୋମିୟୋ ସାଙ୍ଗରେ ବିତାଉଛନ୍ତି। ଯେଉଁଠାକୁ ଗଲେ ସେ ତାକୁ ସାଙ୍ଗରେ ନେଇ ଯାଉଛନ୍ତି। ୩୦ ବର୍ଷୀୟା ଆଶା ଏକ କମ୍ପାନୀରେ ପ୍ରଡକ୍ଟ ଡେଭେଲପମେଣ୍ଟ ମ୍ୟାନେଜର ଥିଲେ। ହେଲେ ତାଙ୍କ ଚାକିରିଠାରୁ ତାଙ୍କୁ ରୋମିୟୋ ଅଧିକ ପସନ୍ଦ ଥିଲା। ଏହା ପୂର୍ବରୁ ଆଶା ଅନେକ ଜାତୀୟସ୍ତରୀୟ କମ୍ପାନୀରେ ମଧ୍ୟ କାମ କରିସାରିଥିଲେ। ସେ କିଛି ସମୟ ଆଗରୁ ନିଜର ଏକ କମ୍ପାନୀ କରିଥିଲେ, ଯେଉଁଥିରେ ପାଳିତ ପ୍ରାଣୀଙ୍କ ସମସ୍ୟା ବାବଦରେ କାମ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍‌ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି…

ସମୁଦ୍ରର ଉଚ୍ଚ ଜୁଆରରେ କୂଳ ଲଂଘୁଛି; ବେଳାଭୂମିର ଦ୍ରୁତ ଅବକ୍ଷୟ, ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳ

ଗଞ୍ଜାମ, ୨୭।୬ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ଦିନ ଧରି ଦ୍ରୁତ…

ଶ୍ରୀମନ୍ଦିର ପ୍ରଶାସନର ବଡ଼ ସୂଚନା, ୧୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୨୭।୬: ଦିନକ ପରେ ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରାର ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…

ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବଞ୍ଚୋ/ହାଟଡିହୀ/ଛେନାପଦୀ,୨୭ା୬(ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏବଂ ଆନନ୍ଦପୁର ଏସ୍‌ଡିପିଓ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri