ପାକିସ୍ତାନ ଛାଡ଼ି ଦିଅ, ନ ହେଲେ ଧକ୍କା ମାରି ବାହାର କରିବୁ: ବେଆଇନ ଆଫଗାନୀଙ୍କୁ ଚେତାବନୀ…

ଇସଲାମାବାଦ,୪।୧୦ : ପାକିସ୍ତାନ ସରକାର ଆଫଗାନିସ୍ତାନ ସମେତ ସମସ୍ତ ବେଆଇନ ପ୍ରବାସୀମାନଙ୍କୁ ପାକିସ୍ତାନ ଛାଡିବାକୁ କହିଛନ୍ତି। ନ ହେଲେ ବଳ ପୂର୍ବକ ଧକ୍କା ମାରି ବାହାର କରିବାକୁ ଚେତାବନୀ ଦେଇଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଡକ୍ୟୁମେଣ୍ଟ ହୋଇ ନ ଥିବା ବିଦେଶୀ ନାଗରିକଙ୍କୁ ଦେଶ ଛାଡିବାକୁ କହିଛି। ଯେଉଁମାନେ ତାହା ନ କରିବେ ସେମାନଙ୍କ ସମ୍ପତ୍ତି ଜବତ କରିବା କାର୍ଯ୍ୟ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ।
ଜାତୀୟ କାର୍ଯ୍ୟ ଯୋଜନାର ବରିଷ୍ଠ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଅଧ୍ୟକ୍ଷତା କରିଥିଲେ।

ବୈଠକ ପରେ ସୋସିଆଲ ମିଡିଆ ପ୍ଲାଟଫମ ଏକ୍ସ ରେ ଏହି ନିଷ୍ପତ୍ତି ଘୋଷଣା କରିବାବେଳେ ପାକିସ୍ତାନର କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗି କହିଛନ୍ତି ସମସ୍ତ ବେଆଇନ ପ୍ରବାସୀ ଆଫଗାନୀଙ୍କୁ ପାକିସ୍ତାନ ଛାଡିବାକୁ ୨୮ ଦିନ ସମୟ ଅଛି।
ସୂତ୍ରରୁ ଏହା ଜାଣିବାକୁ ମିଳିଛି ବିଦେଶୀମାନଙ୍କୁ ବହିଷ୍କାର କରିବା ଅଭିଯାନରେ ଅଧିକାଂଶ ଆଫଗାନୀଙ୍କୁ ଟାର୍ଗେଟ କରାଯିବ। ଏହି ସଭାରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର, ଫେଡେରାଲ ସରକାରୀ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।

ପାକିସ୍ତାନର ଦୈନିକ ‘ଡନ’ ଅନୁଯାୟୀ, ଏହି ବୈଠକରେ ବେଆଇନ ପ୍ରବାସୀ ଭାରତୀୟଙ୍କ ବ୍ୟବସାୟ ତଥା ସମ୍ପତ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। କମିଟି ଆହୁରି ମଧ୍ୟ ନିଷ୍ପତ୍ତି ନେଇଛି ସୀମା ଆନ୍ଦୋଳନ କେବଳ ଭିସା ଏବଂ ପାସପୋର୍ଟ ଆଧାରରେ ହେବ ଏବଂ ଆଫଗାନିସ୍ତାନ ନାଗରିକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ଆଧାରରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ।

ପାକିସ୍ତାନର କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସରଫରାଜ ବୁଗତି ଗଣମାଧ୍ୟମକୁ କହିଛନ୍ତି ପଞ୍ଜୀକରଣ ବିନା ପ୍ରାୟ ୧୭.୩ ଲକ୍ଷ ଆଫଗାନୀ ପାକିସ୍ତାନରେ ରହୁଛନ୍ତି। ଜାନୁଆରୀରୁ ଦେଶରେ ହୋଇଥିବା ୨୪ ଆତ୍ମଘାତୀ ଆକ୍ରମଣ ମଧ୍ୟରୁ ୧୪ ଟି ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ଦ୍ୱାରା କରାଯାଇଥିଲା। ଅକ୍ଟୋବର ୧୦ରୁ୩୧ ରଯିବା ଆସିବାକୁ ଅନୁମତି ପ୍ରଦାନ କରାଯିବ। ଯାହା ପରେ ଭିସା ଏବଂ ପାସପୋର୍ଟ ନୀତି କଡାକଡି ଭାବେ କାର୍ଯ୍ୟକାରୀ ହେବ। ନଭେମ୍ବର ୧ ତାରିଖ ଧାର୍ଯ୍ୟ ସମୟ ପରେ ପାକିସ୍ତାନୀ କର୍ତ୍ତୃପକ୍ଷ ବେଆଇନ ସମ୍ପତ୍ତି ମାଲିକ ତଥା ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିବେ।

କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ସରଫରାଜ କହିଛନ୍ତି ଙ୍‌ଦେଶର ଗୁପ୍ତଚର ଏଜେନ୍ସି ଏବଂ ଏଲଇଏ ସେମାନଙ୍କୁ ଖୋଜିବେ ଓ କର୍ତ୍ତୃପକ୍ଷ ସେମାନଙ୍କ ସମ୍ପତ୍ତି ଏବଂ ବ୍ୟବସାୟ ଜବତ କରିବେ। ବେଆଇନ ପ୍ରବାସୀମାନଙ୍କୁ ସାହାଯ୍ୟ କରିବାରେ ସମ୍ପୃକ୍ତ ପାକିସ୍ତାନୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri