ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ

ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ ଧର୍ମଶାଳାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦ରୁ ଊର୍ଦ୍ଧ୍ୱ ରୋଗୀ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ସଚିବ ଆଶ୍ୱଥି ଏସ୍‌ ଯାଜପୁର ଜିଲା ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାରେ ବ୍ୟାପୁଥିବା ଡାଏରିଆରର କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ପଠାଯାଇଛି। ଏଥିରେ ଆଇଡିଏସପିର ଇଭେଣ୍ଟ୍‌ ଡାଇରେକ୍ଟର, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଓ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏହି ଟିମ୍‌ ଯାଜପୁର ଜିଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାକାର ସ୍ବାସ୍ଥ୍ୟ ସୁବିଧା ବିଷୟରେ ପଚାରି ବୁଝିଛନ୍ତି।

ଜିଲାର ଯେଉଁ ଲୋକମାନେ ଚିକିତ୍ସାଳୟରେ ପହଞ୍ଚି ପାରୁନାହାନ୍ତି ସେମାନଙ୍କ ନିକଟକୁ ମୋବାଇଲ୍‌ ହେଲପ ୟୁନିଟ୍‌କୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଅଧିକ ମାତ୍ରାରେ ରୋଗୀ ଚିହ୍ନଟ ହେଲେ ଜିଲା ବାହାରୁ ଟିମ୍‌ ନିୟୋଜିତ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ପଞ୍ଚାୟତର ଜଳଉତ୍ସଗୁଡିକୁ ପ୍ରତିସଂକ୍ରମଣ କରାଯିବ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କୋରେଇ, ବ୍ୟାସନଗର ଓ ଧର୍ମଶାଳା ଅଞ୍ଚଳରୁ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ଯାଜପୁର ଅଞ୍ଚଳର କିଛି ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri