Posted inଜାତୀୟ

ମୋ ସ୍ବାମୀଙ୍କୁ ୧୫ ଦିନ ପାଇଁ ଛାଡ଼ନ୍ତୁ, ମୁଁ ମା’ହେବାକୁ ଚାହୁଁଛି: ହାଇକୋର୍ଟରେ ଗୁହାରି କଲେ ମହିଳା

ଭୋପାଳ,୨।୧୦: ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ମହିଳା ମା’ ହେବାକୁ ଚାହୁଁଥିବାରୁ ତାଙ୍କ ସ୍ବାମୀଙ୍କୁ ଜେଲରୁ ମୁକ୍ତ କରିବାକୁ ଗୁହାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ହାଇକୋର୍ଟ ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ସେ ଗର୍ଭବତୀ ହୋଇପାରିବେ କି ନାହିଁ ତାହା ଜାଣିପାରିବେ। ମହିଳାଙ୍କ ସ୍ବାମୀ କିଛି ଆପରାଧିକ ମାମଲାରେ ଇନ୍ଦୋର ସେଣ୍ଟ୍ରାଲ ଜେଲରେ ରହିଛନ୍ତି। ଆବେଦନକାରୀ ମହିଳା ମଧ୍ୟ ସନ୍ତାନ ପ୍ରସବ କରିବାକୁ ଇନ୍ଦୋର ଜେଲରୁ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ବାମୀଙ୍କୁ ମୁକ୍ତ କରିବାକୁ ଦାବି କରି ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଛନ୍ତି। ସେ ତାଙ୍କର ‘ମୌଳିକ ଅଧିକାର’ ଭାବରେ ସନ୍ତାନ ପାଇବାକୁ କୋର୍ଟରେ ଏହି ଆବେଦନ ମାଧ୍ୟମରେ କହିଛନ୍ତି।
ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ବେଞ୍ଚ ଜବଲପୁର ମେଡିକାଲ କଲେଜର ଡିନଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମହିଳା ଗର୍ଭଧାରଣ ପାଇଁ ଶାରୀରିକ ଭାବେ ଫିଟ ଅଛନ୍ତି କି ନାହିଁ ତାହା ଡାକ୍ତରଙ୍କ ଏହି ଟିମ ଯାଞ୍ଚ କରିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ମେଡିକାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

ମାଲକାନଗିରି,୨୫।୬(ଦୁର୍ଯ୍ୟୋଧନ ପାତ୍ର): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ମେଡିକାଲ ଚେକ୍‌ଅପ୍‌ ପାଇଁ ନେଉଥିବା ବେଳେ ଚିକିତ୍ସାଳୟ ନିକଟରୁ ସେ…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ଦୟନୀୟ ଯୋଗାଯୋଗ ବ୍ୟବସ୍ଥା, ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି,୨୫।୬(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତ ଅନ୍ଧାରି ଗାଁରେ ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri