Categories: ଫୁରସତ

କିଏ ଷଷ୍ଠ ତ କିଏ ଦଶମ ଫେଲ୍‌: ମାମୁଲି ଶିକ୍ଷାଗତ ଯୋଗ୍ୟତା ଥାଇ ବି ଏହି ନେତାଙ୍କୁ ରାଜନୀତିରେ ମିଳିଛି ବଡ଼ ପଦ

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସବୁଠାରୁ ଅଧିକ ପଢ଼ିଥିବା ରାଜନେତାଙ୍କ ମଧ୍ୟରୁ ଜଣେ। ହେଲେ ଭାରତ ରାଜନୀତିରେ ସକ୍ରିୟ ଥିବା ଅନେକ ତୁଙ୍ଗ ନେତା ବହୁତ କମ୍‌ ପଢ଼ିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ତ କିଛି କେନ୍ଦ୍ରମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି। ଆସନ୍ତୁ ସେଭଳି ୧୦ ରାଜନେତାଙ୍କ ବିଷୟରେ ଜାଣିବା….

-କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଇଣ୍ଟର ପାସ୍‌ କରିଛନ୍ତି। ୨୦୧୯ରେ ନିର୍ବାଚନ ଆୟୋଗରେ ନିଜର ଶିକ୍ଷାଗତ ଯୋଗ୍ୟତା ବିଷୟରେ ସେ ଜଣାଇଥିଲେ। ତେବେ ସେ ଇଣ୍ଟର ପରେ ବିକମ୍‌ ଆଡମିଶନ୍‌ କରିଥିଲେ ହେଁ ପାଠପଢ଼ା ସାରି ନ ଥିବା ଜଣାପଡ଼ିଥିଲା।

-ବିହାରର ଡେପୁଟି ସିଏମ୍‌ ରହିଥିବା ତେଜସ୍ବୀ ଯାଦବ ମାତ୍ର ୯ମ ପଢ଼ିଛନ୍ତି।


-ଭାଜପାର ମନ୍ତ୍ରୀ ଥିବା ଉମା ଭାରତୀ ଷଷ୍ଠ ପର୍ଯ୍ୟନ୍ତ ପଢ଼ିଛନ୍ତି।


-ଅଶୋକ ଗଜପତି ରାଜୁ ମୋଦି ସରକାରଙ୍କ ନାଗରିକ ଉନ୍ନୟନ ମନ୍ତ୍ରୀ ରହିଛନ୍ତି। ସେ ମାତ୍ର ୧୦ମ ଯାଏ ପଢ଼ିଛନ୍ତି।


-ବିହାରର ମୁଖ୍ୟମନ୍ତ୍ରୀ ଥିବା ରାବିଡି ଦେବୀ ୧୪ ବର୍ଷ ବୟସରେ ଲାଲୁଙ୍କୁ ବିବାହ କରିଥିଲେ। ସେ ମାଟ୍ରିକ୍‌ ପାସ କରି ନାହାନ୍ତି। ସେ କେବଳ ପ୍ରାଥମିକ ଶିକ୍ଷା ସାରିଥିବା କହିଛନ୍ତି।


-ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଶିବସେବାର ଦିଗ୍ଗଜ ନେତା ଅନନ୍ତ ଗିତେ ଦଶମ ଯାଏ ପଢ଼ିଛନ୍ତି।


-ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ଥିବା ତେଜ ପ୍ରତାପ ଯାଦବ ଏକାଦଶ ଯାଏ ପଢ଼ିଛନ୍ତି।


-ରେଳମନ୍ତ୍ରୀ ରହିଥିବା ଦିବଗଂତ ନେତା ଜାଫର ଶରିଫ ମାତ୍ର ମାଟ୍ରିକ ଯାଏ ପଢ଼ିଥିଲେ। ସେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଏନ୍‌.ନିଂଗଲିଜପ୍ପାଙ୍କ ଡ୍ରାଇଭର ଥିଲେ। ପରେ ରାଜନୀତିକୁ ଆସିଥିଲେ।


-ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ରହିଥିବା ଦିବଂଗତ ଏମ୍‌.କରୁଣାନିଧି ଦଶମ ପର୍ଯ୍ୟନ୍ତ ପଢ଼ିଥିଲେ।

Share