୩୦ ବର୍ଷ ପାଇଁ ଲିଜ୍‌ ମିଳିଛି: ଲିଜ୍‌ଧାରୀ

ଯାଜପୁର ଅଫିସ,୪।୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୨୦.୦୪ ଏକର ଜମି ଜବରଦଖଲ ଅଭିଯୋଗ ମାମଲା ଏବେ ଭିନ୍ନମୋଡ ନେଇଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି ହେବା ପରେ ପାରାଦୀପ ପୋର୍ଟ ଅଥରିଟିର ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ୨୩ା୮ା୨୦୨୨ ତଦନ୍ତ କରାଯିବ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ପତ୍ର ଲେଖି ସହଯୋଗ କାମନା କରିଛନ୍ତି। ଅନ୍ୟପକ୍ଷେ ଉପରୋକ୍ତ ଜମି ଉପରେ ସୁପ୍ରିମକୋର୍ଟ ୨୦୧୬ରୁ ଦୀର୍ଘମିଆଦୀ ସୂତ୍ରରେ ୩୦ ବର୍ଷ ପାଇଁ ଲିଜ୍‌ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ କାଗଜପତ୍ର ଯାଞ୍ଚ ନ କରି କିପରି ବିଭାଗୀୟ ଭିଜିଲାନ୍ସ ତଦନ୍ତ କରାଯାଉଛି ସେ ନେଇ ଲିଜ୍‌ଧାରୀ ଶ୍ରୀବାସ ଜେନା ପ୍ରଶ୍ନ କରିଛନ୍ତି। ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି, ୨୦୧୨ର ପୁରୁଣା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ତଥ୍ୟକୁ ଭିତ୍ତିକରି ଏଭଳି ପଦକ୍ଷେପ ଗ୍ରହଣ କରିବା ତାଙ୍କୁ ମାନସିକ ଭାବେ ଆଘାତ ଦିଆଯାଉଛି ବୋଲି କହିଛନ୍ତି। ସେ ୨୦.୦୪ ଏକର ଜମିକୁ ୮୭ ଲକ୍ଷ ୨୫ ହଜାର ଟଙ୍କାରେ ୨୦୧୬ରୁ ୨୦୪୬ ପର୍ଯ୍ୟନ୍ତ ଲିଜ୍‌ ନେଇଥିବାର ଦାବି କରିଛନ୍ତି। ୨୦୧୫ରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ୨୦୧୬ରୁ ପାରାଦୀପ ବନ୍ଦର ତାଙ୍କୁ ଲିଜ୍‌ ଦେଇଛନ୍ତି। ଏପରିକି ପାରାଦୀପ ବନ୍ଦର ଟ୍ରଷ୍ଟର ଆସିଷ୍ଟାଣ୍ଟ ଏଷ୍ଟେଟ ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୨୮୬୪/୨୯ା୭ା୨୨ରେ ୨୦.୦୪ ଏକର ଜମିର ଲିଜ୍‌ ଭଡା ବାବଦକୁ ୨ ଲକ୍ଷ ୨ ହଜାର ୮୦୮ ଟଙ୍କା ୧୫ ଦିନ ମଧ୍ୟରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ପଇଠ କରାଯାଇଛି ବୋଲି ଜେନା କହିଛନ୍ତି।
ଯେ, ଧର୍ମଶାଳା ତହସିଲ ବ୍ରହ୍ମପୁରଶାସନ ଗ୍ରାମର ଖାତା ନମ୍ବର ୨୨୨ ଓ ପ୍ଲଟ ନମ୍ବର ୪୧୬, ୪୧୯, ୪୫୫, ୪୫୯ ଓ ୪୭୨ରେ ସମୁଦାୟ ୩୪.୪୬ ଏକର ଜମି ପାରାଦୀପ ବନ୍ଦର ଟ୍ରଷ୍ଟରେ ନାମରେ ରହିଛି। ଏଥିରୁ ୨୦.୦୪ ଏକର ଜମିକୁ ୧ା୧୧ା୨୦୦୭ରେ ଲାଇସେନ୍ସ ସୂତ୍ରରେ ୬ ବର୍ଷ ପାଇଁ ଶ୍ରୀବାସ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେତେବେଳେ ଶ୍ରୀବାସ ଜେନାଙ୍କ ସହିତ କୌଣସି ଲିଜ୍‌ ଏଗ୍ରିମେଣ୍ଟ ହୋଇ ନ ଥିଲା। ତେବେ ଲାଇସେନ୍ସ ଚୁକ୍ତିର ଉଲ୍ଲଂଘନ କରିବାରୁ ୮ା୨ା୨୦୧୨ରେ ପାରାଦୀପ ବନ୍ଦର ଟ୍ରଷ୍ଟ କର୍ତ୍ତୃପକ୍ଷ ଜମି ନିଜ ହାତକୁ ନେଇ ଲାଇସେନ୍ସକୁ ବାତିଲ କରିଥିଲେ। ହେଲେ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଜମିରେ କୌଣସି କାର୍ଯ୍ୟ ନ କରିବାରୁ ଏଯାଏ ଜମି ଜେନାଙ୍କ କବଜାରେ ରହିଛି। ଏହାପରେ ଜେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷେ ବାକି ୧୪.୪୨ ଏକର ଜମିର ଚିହ୍ନଟ ହୋଇ ପାରି ନ ଥିବାବେଳେ ତାହାର କୌଣସି ପତ୍ତା ମିଳୁନାହିଁ ବୋଲି ପାରାଦୀପ ବନ୍ଦର ଟ୍ରଷ୍ଟର ତତ୍କାଳୀନ ସହକାରୀ ସମ୍ପାଦକ ଏ.କେ. ସାମଲ ଆରଟିଆଇ ତଥ୍ୟରେ ଉଲ୍ଲେଖ କରିଥିଲେ। ଏହି ୧୪.୪୨ ଏକର ଜମି ଏବେ କାହା ହାତରେ ରହିଛି ତାହା ତଦନ୍ତସାପେକ୍ଷ। ଏହା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ବୋଲି ଲିଜ୍‌ଧାରୀ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri