୩୦ ବର୍ଷ ପାଇଁ ଲିଜ୍‌ ମିଳିଛି: ଲିଜ୍‌ଧାରୀ

ଯାଜପୁର ଅଫିସ,୪।୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବ୍ରହ୍ମପୁରଶାସନ ଗ୍ରାମରେ ରହିଥିବା ପାରାଦୀପ ବନ୍ଦର ଟ୍ରଷ୍ଟ(ପିପିଟି)ର ୨୦.୦୪ ଏକର ଜମି ଜବରଦଖଲ ଅଭିଯୋଗ ମାମଲା ଏବେ ଭିନ୍ନମୋଡ ନେଇଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି ହେବା ପରେ ପାରାଦୀପ ପୋର୍ଟ ଅଥରିଟିର ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ୨୩ା୮ା୨୦୨୨ ତଦନ୍ତ କରାଯିବ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ପତ୍ର ଲେଖି ସହଯୋଗ କାମନା କରିଛନ୍ତି। ଅନ୍ୟପକ୍ଷେ ଉପରୋକ୍ତ ଜମି ଉପରେ ସୁପ୍ରିମକୋର୍ଟ ୨୦୧୬ରୁ ଦୀର୍ଘମିଆଦୀ ସୂତ୍ରରେ ୩୦ ବର୍ଷ ପାଇଁ ଲିଜ୍‌ ନିର୍ଦ୍ଦେଶ ଦେଇଥିବାବେଳେ ଆବଶ୍ୟକ କାଗଜପତ୍ର ଯାଞ୍ଚ ନ କରି କିପରି ବିଭାଗୀୟ ଭିଜିଲାନ୍ସ ତଦନ୍ତ କରାଯାଉଛି ସେ ନେଇ ଲିଜ୍‌ଧାରୀ ଶ୍ରୀବାସ ଜେନା ପ୍ରଶ୍ନ କରିଛନ୍ତି। ସେ ଆମ ପ୍ରତିନିଧିଙ୍କୁ କହିଛନ୍ତି, ୨୦୧୨ର ପୁରୁଣା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ତଥ୍ୟକୁ ଭିତ୍ତିକରି ଏଭଳି ପଦକ୍ଷେପ ଗ୍ରହଣ କରିବା ତାଙ୍କୁ ମାନସିକ ଭାବେ ଆଘାତ ଦିଆଯାଉଛି ବୋଲି କହିଛନ୍ତି। ସେ ୨୦.୦୪ ଏକର ଜମିକୁ ୮୭ ଲକ୍ଷ ୨୫ ହଜାର ଟଙ୍କାରେ ୨୦୧୬ରୁ ୨୦୪୬ ପର୍ଯ୍ୟନ୍ତ ଲିଜ୍‌ ନେଇଥିବାର ଦାବି କରିଛନ୍ତି। ୨୦୧୫ରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ପରେ ୨୦୧୬ରୁ ପାରାଦୀପ ବନ୍ଦର ତାଙ୍କୁ ଲିଜ୍‌ ଦେଇଛନ୍ତି। ଏପରିକି ପାରାଦୀପ ବନ୍ଦର ଟ୍ରଷ୍ଟର ଆସିଷ୍ଟାଣ୍ଟ ଏଷ୍ଟେଟ ମ୍ୟାନେଜର ତାଙ୍କ ପତ୍ରସଂଖ୍ୟା ୨୮୬୪/୨୯ା୭ା୨୨ରେ ୨୦.୦୪ ଏକର ଜମିର ଲିଜ୍‌ ଭଡା ବାବଦକୁ ୨ ଲକ୍ଷ ୨ ହଜାର ୮୦୮ ଟଙ୍କା ୧୫ ଦିନ ମଧ୍ୟରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ପଇଠ କରାଯାଇଛି ବୋଲି ଜେନା କହିଛନ୍ତି।
ଯେ, ଧର୍ମଶାଳା ତହସିଲ ବ୍ରହ୍ମପୁରଶାସନ ଗ୍ରାମର ଖାତା ନମ୍ବର ୨୨୨ ଓ ପ୍ଲଟ ନମ୍ବର ୪୧୬, ୪୧୯, ୪୫୫, ୪୫୯ ଓ ୪୭୨ରେ ସମୁଦାୟ ୩୪.୪୬ ଏକର ଜମି ପାରାଦୀପ ବନ୍ଦର ଟ୍ରଷ୍ଟରେ ନାମରେ ରହିଛି। ଏଥିରୁ ୨୦.୦୪ ଏକର ଜମିକୁ ୧ା୧୧ା୨୦୦୭ରେ ଲାଇସେନ୍ସ ସୂତ୍ରରେ ୬ ବର୍ଷ ପାଇଁ ଶ୍ରୀବାସ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେତେବେଳେ ଶ୍ରୀବାସ ଜେନାଙ୍କ ସହିତ କୌଣସି ଲିଜ୍‌ ଏଗ୍ରିମେଣ୍ଟ ହୋଇ ନ ଥିଲା। ତେବେ ଲାଇସେନ୍ସ ଚୁକ୍ତିର ଉଲ୍ଲଂଘନ କରିବାରୁ ୮ା୨ା୨୦୧୨ରେ ପାରାଦୀପ ବନ୍ଦର ଟ୍ରଷ୍ଟ କର୍ତ୍ତୃପକ୍ଷ ଜମି ନିଜ ହାତକୁ ନେଇ ଲାଇସେନ୍ସକୁ ବାତିଲ କରିଥିଲେ। ହେଲେ ବନ୍ଦର କର୍ତ୍ତୃପକ୍ଷ ଉକ୍ତ ଜମିରେ କୌଣସି କାର୍ଯ୍ୟ ନ କରିବାରୁ ଏଯାଏ ଜମି ଜେନାଙ୍କ କବଜାରେ ରହିଛି। ଏହାପରେ ଜେନା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷେ ବାକି ୧୪.୪୨ ଏକର ଜମିର ଚିହ୍ନଟ ହୋଇ ପାରି ନ ଥିବାବେଳେ ତାହାର କୌଣସି ପତ୍ତା ମିଳୁନାହିଁ ବୋଲି ପାରାଦୀପ ବନ୍ଦର ଟ୍ରଷ୍ଟର ତତ୍କାଳୀନ ସହକାରୀ ସମ୍ପାଦକ ଏ.କେ. ସାମଲ ଆରଟିଆଇ ତଥ୍ୟରେ ଉଲ୍ଲେଖ କରିଥିଲେ। ଏହି ୧୪.୪୨ ଏକର ଜମି ଏବେ କାହା ହାତରେ ରହିଛି ତାହା ତଦନ୍ତସାପେକ୍ଷ। ଏହା ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ବୋଲି ଲିଜ୍‌ଧାରୀ ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri