ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌

ଅଶ୍ୱିନ ସାରବନନଙ୍କ ନିର୍ଦ୍ଦେଶିତ ଫିଲ୍ମ‘ କନେକ୍ଟ’ ଡିସେମ୍ବର ୨୩ ଅର୍ଥାତ୍‌ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତାମିଲ ହରର-ଥ୍ରୀଲର ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ହେଲେ ଫିଲ୍ମ ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ଟୋରେଣ୍ଟ ସାଇଟ ଏବଂ ଟେଲିଗ୍ରାମ ଚ୍ୟାନେଲରେ ଏହି ଫିଲ୍ମ ଉପଲବ୍ଧ। ଫିଲ୍ମ ଲିକ୍‌ ହେତୁ କଳାକାରମାନଙ୍କର କଠିନ ପରିଶ୍ରମ ପ୍ରଭାବିତ ହେବା ସହିତ ନିର୍ମାତା ମଧ୍ୟ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ଫିଲ୍ମ‘ କନେକ୍ଟ’ ହୋଉଛି ଏକ ହରର-ଥ୍ରୀଲର ଫିଲ୍ମ। ଯେଉଁଥିରେ ନୟନତାରା ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଫିଲ୍ମ ସହିତ ଅନୁପମ ଖେର ସାଉଥ୍‌ ସିନେମାରେ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ସତ୍ୟରାଜ, ଅନୁପମ ଖେର, ବିନୟ ରାୟ ଏବଂ ହନିୟା ନଫିସା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Share