ଭ୍ୟୁୟର୍ସ ବଢ଼ାଇବାକୁ ପ୍ରଶ୍ନପତ୍ର ଲିକ୍‌

ଭୁବନେଶ୍ୱର,୭।୪(ସୂର୍ଯ୍ୟକାନ୍ତ ବେହେରା)ଭ୍ୟୁୟର୍ସ ବଢ଼ାଇବା ସହ କମ୍‌ ସମୟରେ ଅଧିକ ରୋଜଗାର କରିବାକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ପ୍ରୋ-ଆନ୍‌ସର’ରେ ପ୍ରଶ୍ନପତ୍ର ଲିକ୍‌ କରି ଜଣେ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଉଛନ୍ତି ଯାଜପୁର ଝଡ଼ଙ୍ଗାଗ୍ରାମର ଜଗନ୍ନାଥ କର(୨୯)। ଶ୍ରୀଧରପୁର ଗ୍ରାମ ଗୋପୀନାଥ ଜୀଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଗନ୍ନାଥ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏହି ଘଟଣାରେ ଭୁବନେଶ୍ୱର ସାଇବର ଥାନା ପୋଲିସ ଜଗନ୍ନାଥଙ୍କ ସ୍ତ୍ରୀ ଋତୁପର୍ଣ୍ଣା ପତି(୨୭)ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି। ତେବେ ତାଙ୍କର ଏକ ନବଜାତ ଶିଶୁ ଥିବାରୁ ତାଙ୍କୁ ପୋଲିସ ନୋଟିସ୍‌ ଦେଇ ଛାଡ଼ିଥିବା ଜଣାପଡ଼ିଛି। ଉଭୟଙ୍କଠାରୁ ୨ଟି ମୋବାଇଲ, ଗୋଟିଏ ଲାପ୍‌ଟପ, ପ୍ରଥମରୁ ଅଷ୍ଟମ ଯାଏ ସମ୍ମେଟିଭ ଆନ୍‌ସର ପେପର, ୨ଟି ବ୍ୟାଙ୍କ ପାସ୍‌ବୁକ ଜବତ କରାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏହି ମାମଲାରେ ପୂର୍ବରୁ ଗଞ୍ଜାମ ରମ୍ଭା ଥାନା ଅଞ୍ଚଳର ସମୀର ସାହୁ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ପରିଚାଳିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମ୍ମେଟିଭ

ଆସେସ୍‌ମେଣ୍ଟର ପ୍ରଶ୍ନପତ୍ର ‘ସମୀର ଏଜୁକେଶନାଲ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପ୍‌ଲୋଡ ହୋଇଥିବା ଗତ ମାର୍ଚ୍ଚ ୧୮ରେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଆଇଟି ଆକ୍ଟର ବିଭିନ୍ନ ଦଫା ଏବଂ ଠକେଇ ଦଫାରେ ଏକ ମାମଲା (ନଂ.୭୪/୨୦୨୪) ରୁଜୁ କରି ଘଟଣାର ଖୋଳତାଡ଼ କରି ସମୀରଙ୍କୁ ଗିରଫ କରିଥିଲା। ସମୀରଙ୍କୁ ପଚରାଉଚରା ବେଳେ ‘ପ୍ରୋ-ଆନ୍ସର’ ଚ୍ୟାନେଲ ଲିଙ୍କ୍‌ କଥା ସାମ୍ନାକୁ ଆସିଥିଲା। ଋତୁପର୍ଣ୍ଣାଙ୍କ ନାମରେ ପ୍ରୋ-ଆନ୍‌ସର ୟୁଟ୍ୟୁବ୍‌ ଖୋଲାଯାଇଥିବାବେଳେ ଉଭୟେ ସ୍ବାମୀସ୍ତ୍ରୀ ଏହାକୁ ବ୍ୟବହାର କରୁଥିଲେ। ଏହାର ୨୫.୯ ହଜାର ସବ୍‌ସ୍କ୍ରାଇବର ଥିବାବେଳେ ଏଥିରେ ୧୦୩ଟି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ଗତ ମାର୍ଚ୍ଚ ୯ତାରିଖରେ ଜଗନ୍ନାଥ ଇତରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ତରଫରୁ ଗୋପୀନାଥ ଜୀଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଲଷ୍ଟର ରିସର୍ଚ୍ଚ ସେଣ୍ଟର କୋର୍ଡିନେଟରଙ୍କଠାରୁ ପ୍ରଶ୍ନପତ୍ର ଗ୍ରହଣ କରିଥିଲେ। ପ୍ରଶ୍ନପତ୍ରକୁ ସେ ବିଦ୍ୟାଳୟ ନେବା ପରିବର୍ତ୍ତେ ନିଜ ଘରକୁ ନେଇଥିଲେ। ସେଠାରେ ଉଭୟେ ଜଗନ୍ନାଥ ଏବଂ ଋତୁପର୍ଣ୍ଣା ପ୍ରଶ୍ନପତ୍ରକୁ ସ୍କାନ କରିବା ସହ ପ୍ରୋ-ଆନ୍‌ସର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ କରିଥିଲେ। ତଦନ୍ତ ସମୟରେ ସମସ୍ତ ଡିଜିଟାଲ ପ୍ରମାଣ ପାଇବା ପରେ ସାଇବର ପୋଲିସ ଜଗନ୍ନାଥ ଓ ତାଙ୍କ ସ୍ତ୍ରୀ ଋତୁପର୍ଣ୍ଣାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri