ଆଗ୍ରହରୁ ଅଗ୍ରଣୀ ବ୍ୟବସାୟୀ

ବାଣିଜ୍ୟ ବିଭାଗର ଛାତ୍ର ହୋଇ ମଧ୍ୟ ବ୍ୟବସାୟ ପ୍ରତି ମନରେ ବେଶ୍‌ ଦୁର୍ବଳତା ଥିଲା। ଫଳରେ ଉଚ୍ଚଶିକ୍ଷା ଏବଂ ଦିଲ୍ଲୀରୁ ମ୍ୟାନେଜ୍‌ମେଣ୍ଟରେ ଉଚ୍ଚତର ଶିକ୍ଷା ଶେଷ ପରେ ସେ ରାଜ୍ୟରେ କର୍ମନିଯୁକ୍ତି ପାଇଥିଲେ। ହେଲେ ଆଗ୍ରହକ୍ରମେ ସେ ନିଜସ୍ବ ବ୍ୟବସାୟ ଆରମ୍ଭ କରିଥିଲେ। ଏପରିକି ଜଗତ୍‌ସିଂହପୁର ଜିଲାର ଏକ
ଛୋଟିଆ ଗାଁ ଖଇରଙ୍ଗରୁ ଆସି ସ୍ମାର୍ଟ ସିଟି ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବା ସହ ନିଜକୁ ସମାଜ ଆଗରେ ପରିଚିତ କରାଇପାରିଥିବା ବରିଷ୍ଠ ବ୍ୟବସାୟୀ ତଥା ଟରେଣ୍ଟ ଆଡ୍‌ଭର୍ଟାଇଜର୍ସର ମ୍ୟାନେଜିଂ ପାର୍ଟନର ନିରଞ୍ଜନ ଦାଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର- ଓଡ଼ିଶା ବଜାରରେ ଆଉଟ୍‌ଡୋର ବିଜ୍ଞାପନର ଚାହିଦା କିଭଳି ରହିଛି?
ଉ-ଆଉଟ୍‌ଡୋର ବିଜ୍ଞାପନର ଚାହିଦା ସର୍ବଦା ଭଲ ରହିଥାଏ। କାରଣ ଆଉଟ୍‌ଡୋର ବିଜ୍ଞାପନର ଅନେକ ବିଶେଷତ୍ୱ ଏବଂ ସ୍ବତନ୍ତ୍ର ଗ୍ରାହକ ରହିଛନ୍ତି। ବର୍ତ୍ତମାନ ସମୟରେ ଉଭୟ ଆଉଟ୍‌ଡୋର ଏବଂ ଇନ୍‌ଡୋର ବିଜ୍ଞାପନର ସ୍ଥିତି ଭଲ ରହିଥିଲାବେଳେ ଗ୍ରାହକ ଗୁଣାତ୍ମକ ସେବା ଓ ଉନ୍ନତମାନର ଉପାଦାନ(ଉତ୍ପାଦ) ସାଙ୍ଗକୁ ସାଧୁତା ପ୍ରତି ମଧ୍ୟ ଅଧିକ ଗୁରୁତ୍ୱ ଦେଇଥା’ନ୍ତି। ବିଶେଷକରି ଆମେ ଗ୍ରାହକଙ୍କୁ ଉଚ୍ଚମାନର କାର୍ଯ୍ୟ ସହ ସ୍ବତନ୍ତ୍ର (ୟୁନିକ୍‌) କାର୍ଯ୍ୟ ଦକ୍ଷତା ଆମର ଅଭିଜ୍ଞ ମାନବ ସମ୍ବଳ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରଦାନ କରିଥାଉ।
ପ୍ର-ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ-ବଜାରରେ ତିଷ୍ଠି ରହିବା ପାଇଁ ହେଲେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତାର ଆବଶ୍ୟକତା ରହିଛି। ବିଶେଷକରି ଆମେ ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତା ସାଙ୍ଗକୁ ଭିନ୍ନ ଚିନ୍ତାଧାରା ଓ ଗୁଣାତ୍ମକ ସେବା ଯୋଗାଇବା ସହ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଉ। ରାଜ୍ୟରେ ଉଭୟ ଘରୋଇ ଓ ଜାତୀୟ ବ୍ରାଣ୍ଡ୍‌ର ସଂସ୍ଥା କାର୍ଯ୍ୟ କରୁଥିଲାବେଳେ ଆମେ ବର୍ତ୍ତମାନ ସମୟରେ ବଜାରର ଶ୍ରେଷ୍ଠ ସଂସ୍ଥା ଭାବେ ପରିଗଣିତ ହେଉଛୁ।
ପ୍ର-ଆଉଟ୍‌ଡୋର ଏବଂ ଇନ୍‌ଡୋର ବିଜ୍ଞାପନ ମଧ୍ୟରେ ପାର୍ଥକ୍ୟ କ’ଣ ରହିଥାଏ?
ଉ-ଆଉଟ୍‌ଡୋର ଓ ଇନ୍‌ଡୋର ବିଜ୍ଞାପନ ମଧ୍ୟରେ ଅନେକ ପ୍ରକାର ପାର୍ଥକ୍ୟ ରହିଥାଏ। ଏପରିକି ଉଭୟ ପକ୍ଷରେ ଭିନ୍ନ ଭିନ୍ନ ବର୍ଗର ଗ୍ରାହକ ଥା’ନ୍ତି। କାରଣ ଶିଳ୍ପରେ ସବୁ ବର୍ଗର ଗ୍ରାହକ ଥିଲାବେଳେ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ଓ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥାଏ। ସେଥିପାଇଁ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ବଜାର ଚାହିଦା ଓ ଉତ୍ତମ ସେବା ପ୍ରଦାନକାରୀ ବିଜ୍ଞାପନଭିତ୍ତିକ ସଂସ୍ଥା (ଆଡଭର୍ଟାଇଜିଂ ଏଜେନ୍ସି) ସହ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ।
ପ୍ର- ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା କିଛି ରହିଛି କି?
ଉ- ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା ରହିଥିଲେ ସୁଦ୍ଧା ଆନ୍ତଃ ରାଜ୍ୟ ମଧ୍ୟରେ ସେବାର ସମ୍ପ୍ରସାରଣ ପାଇଁ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ନୂଆ ଟେକ୍ନୋଲୋଜି ଓ ଦକ୍ଷ ମାନବ ସମ୍ବଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ରାଜ୍ୟର ପ୍ରମୁଖ ସହର ଓ ଜିଲାଗୁଡ଼ିକରେ ସେବା ଯୋଗାଇବା ପାଇଁ ସ୍ବତନ୍ତ୍ର ୟୁନିଟ୍‌ କାର୍ଯ୍ୟ କରୁଛି।
ପ୍ର-ଆଶାୟୀ ଯୁବୋଦ୍ୟୋଗୀଙ୍କ ସମ୍ପର୍କରେ କ’ଣ କହିବେ?
ଉ- ଆଉଟ୍‌ଡୋର ବିଜ୍ଞାପନ ବ୍ୟବସାୟରେ ଯଥେଷ୍ଟ ଚାହିଦା ଥିଲାବେଳେ ସହନଶୀଳତା ଓ କଠିନ ପରିଶ୍ରମ ଏବଂ ସାଧୁତା ଅବଲମ୍ବନକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ସେହିଭଳି ବିଜ୍ଞାପନଦାତାଙ୍କୁ ଗୁଣାତ୍ମକ ସେବା ସହ ବ୍ୟବସାୟରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଉଭୟ ବ୍ୟବସାୟ ଓ ବ୍ୟବହାରରେ ଶାଳୀନତା ସହ ଧୈର୍ଯ୍ୟ ରଖିବାକୁ ହେବ।
ପ୍ର-ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥା’ନ୍ତି?
ଉ – ବ୍ୟବସାୟରେ ସ୍ବଚ୍ଛତା ଓ ସାଧୁତା ସହ ଗୁଣାତ୍ମକ ସେବା ଯୋଗାଇଦେବାକୁ ଆମେ ସର୍ବଦା ପ୍ରୟାସ କରିଥାଉ। ଏପରିକି ପ୍ରତିଶ୍ରୁତି (କମିଟ୍‌ମେଣ୍ଟ) ଅନୁଯାୟୀ କାର୍ଯ୍ୟ କରିବା ସହ ସହନଶୀଳତାକୁ ସମ୍ମୁଖରେ ରଖି ଗ୍ରାହକଙ୍କୁ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ଥାଉ।
ପ୍ର -ପ୍ରତିଯୋଗିତାମୂଳକ ବ୍ୟବସାୟ ଓ ଶିଳ୍ପକୁ ଆପଣ କିଭଳି ଦେଖୁଛନ୍ତି?
ଉ – ବ୍ୟବସାୟରେ ପ୍ରତିଯୋଗୀ ନ ରହିଲେ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ଆସି ନ ଥାଏ। ପ୍ରତିଟି ଶିଳ୍ପରେ ପ୍ରତିଯୋଗିତା ରହିଥାଏ। ଏପରିକି ପ୍ରତିଯୋଗିତାରେ କାର୍ଯ୍ୟ କରିବାକୁ ମଧ୍ୟ ପସନ୍ଦ କରିଥାଉ। ଫଳରେ ଗ୍ରାହକ ମଧ୍ୟ ଆଶାଠାରୁ ଅଧିକ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri