ଆଗ୍ରହରୁ ଅଗ୍ରଣୀ ବ୍ୟବସାୟୀ

ବାଣିଜ୍ୟ ବିଭାଗର ଛାତ୍ର ହୋଇ ମଧ୍ୟ ବ୍ୟବସାୟ ପ୍ରତି ମନରେ ବେଶ୍‌ ଦୁର୍ବଳତା ଥିଲା। ଫଳରେ ଉଚ୍ଚଶିକ୍ଷା ଏବଂ ଦିଲ୍ଲୀରୁ ମ୍ୟାନେଜ୍‌ମେଣ୍ଟରେ ଉଚ୍ଚତର ଶିକ୍ଷା ଶେଷ ପରେ ସେ ରାଜ୍ୟରେ କର୍ମନିଯୁକ୍ତି ପାଇଥିଲେ। ହେଲେ ଆଗ୍ରହକ୍ରମେ ସେ ନିଜସ୍ବ ବ୍ୟବସାୟ ଆରମ୍ଭ କରିଥିଲେ। ଏପରିକି ଜଗତ୍‌ସିଂହପୁର ଜିଲାର ଏକ
ଛୋଟିଆ ଗାଁ ଖଇରଙ୍ଗରୁ ଆସି ସ୍ମାର୍ଟ ସିଟି ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହେବା ସହ ନିଜକୁ ସମାଜ ଆଗରେ ପରିଚିତ କରାଇପାରିଥିବା ବରିଷ୍ଠ ବ୍ୟବସାୟୀ ତଥା ଟରେଣ୍ଟ ଆଡ୍‌ଭର୍ଟାଇଜର୍ସର ମ୍ୟାନେଜିଂ ପାର୍ଟନର ନିରଞ୍ଜନ ଦାଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର- ଓଡ଼ିଶା ବଜାରରେ ଆଉଟ୍‌ଡୋର ବିଜ୍ଞାପନର ଚାହିଦା କିଭଳି ରହିଛି?
ଉ-ଆଉଟ୍‌ଡୋର ବିଜ୍ଞାପନର ଚାହିଦା ସର୍ବଦା ଭଲ ରହିଥାଏ। କାରଣ ଆଉଟ୍‌ଡୋର ବିଜ୍ଞାପନର ଅନେକ ବିଶେଷତ୍ୱ ଏବଂ ସ୍ବତନ୍ତ୍ର ଗ୍ରାହକ ରହିଛନ୍ତି। ବର୍ତ୍ତମାନ ସମୟରେ ଉଭୟ ଆଉଟ୍‌ଡୋର ଏବଂ ଇନ୍‌ଡୋର ବିଜ୍ଞାପନର ସ୍ଥିତି ଭଲ ରହିଥିଲାବେଳେ ଗ୍ରାହକ ଗୁଣାତ୍ମକ ସେବା ଓ ଉନ୍ନତମାନର ଉପାଦାନ(ଉତ୍ପାଦ) ସାଙ୍ଗକୁ ସାଧୁତା ପ୍ରତି ମଧ୍ୟ ଅଧିକ ଗୁରୁତ୍ୱ ଦେଇଥା’ନ୍ତି। ବିଶେଷକରି ଆମେ ଗ୍ରାହକଙ୍କୁ ଉଚ୍ଚମାନର କାର୍ଯ୍ୟ ସହ ସ୍ବତନ୍ତ୍ର (ୟୁନିକ୍‌) କାର୍ଯ୍ୟ ଦକ୍ଷତା ଆମର ଅଭିଜ୍ଞ ମାନବ ସମ୍ବଳ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରଦାନ କରିଥାଉ।
ପ୍ର-ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ-ବଜାରରେ ତିଷ୍ଠି ରହିବା ପାଇଁ ହେଲେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତାର ଆବଶ୍ୟକତା ରହିଛି। ବିଶେଷକରି ଆମେ ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତା ସାଙ୍ଗକୁ ଭିନ୍ନ ଚିନ୍ତାଧାରା ଓ ଗୁଣାତ୍ମକ ସେବା ଯୋଗାଇବା ସହ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଉ। ରାଜ୍ୟରେ ଉଭୟ ଘରୋଇ ଓ ଜାତୀୟ ବ୍ରାଣ୍ଡ୍‌ର ସଂସ୍ଥା କାର୍ଯ୍ୟ କରୁଥିଲାବେଳେ ଆମେ ବର୍ତ୍ତମାନ ସମୟରେ ବଜାରର ଶ୍ରେଷ୍ଠ ସଂସ୍ଥା ଭାବେ ପରିଗଣିତ ହେଉଛୁ।
ପ୍ର-ଆଉଟ୍‌ଡୋର ଏବଂ ଇନ୍‌ଡୋର ବିଜ୍ଞାପନ ମଧ୍ୟରେ ପାର୍ଥକ୍ୟ କ’ଣ ରହିଥାଏ?
ଉ-ଆଉଟ୍‌ଡୋର ଓ ଇନ୍‌ଡୋର ବିଜ୍ଞାପନ ମଧ୍ୟରେ ଅନେକ ପ୍ରକାର ପାର୍ଥକ୍ୟ ରହିଥାଏ। ଏପରିକି ଉଭୟ ପକ୍ଷରେ ଭିନ୍ନ ଭିନ୍ନ ବର୍ଗର ଗ୍ରାହକ ଥା’ନ୍ତି। କାରଣ ଶିଳ୍ପରେ ସବୁ ବର୍ଗର ଗ୍ରାହକ ଥିଲାବେଳେ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ଓ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥାଏ। ସେଥିପାଇଁ ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ବଜାର ଚାହିଦା ଓ ଉତ୍ତମ ସେବା ପ୍ରଦାନକାରୀ ବିଜ୍ଞାପନଭିତ୍ତିକ ସଂସ୍ଥା (ଆଡଭର୍ଟାଇଜିଂ ଏଜେନ୍ସି) ସହ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ।
ପ୍ର- ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା କିଛି ରହିଛି କି?
ଉ- ବ୍ରାଣ୍ଡ୍‌ର ବ୍ୟବସାୟିକ ସମ୍ପ୍ରସାରଣ ଯୋଜନା ରହିଥିଲେ ସୁଦ୍ଧା ଆନ୍ତଃ ରାଜ୍ୟ ମଧ୍ୟରେ ସେବାର ସମ୍ପ୍ରସାରଣ ପାଇଁ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ନୂଆ ଟେକ୍ନୋଲୋଜି ଓ ଦକ୍ଷ ମାନବ ସମ୍ବଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ରାଜ୍ୟର ପ୍ରମୁଖ ସହର ଓ ଜିଲାଗୁଡ଼ିକରେ ସେବା ଯୋଗାଇବା ପାଇଁ ସ୍ବତନ୍ତ୍ର ୟୁନିଟ୍‌ କାର୍ଯ୍ୟ କରୁଛି।
ପ୍ର-ଆଶାୟୀ ଯୁବୋଦ୍ୟୋଗୀଙ୍କ ସମ୍ପର୍କରେ କ’ଣ କହିବେ?
ଉ- ଆଉଟ୍‌ଡୋର ବିଜ୍ଞାପନ ବ୍ୟବସାୟରେ ଯଥେଷ୍ଟ ଚାହିଦା ଥିଲାବେଳେ ସହନଶୀଳତା ଓ କଠିନ ପରିଶ୍ରମ ଏବଂ ସାଧୁତା ଅବଲମ୍ବନକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ସେହିଭଳି ବିଜ୍ଞାପନଦାତାଙ୍କୁ ଗୁଣାତ୍ମକ ସେବା ସହ ବ୍ୟବସାୟରେ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଉଭୟ ବ୍ୟବସାୟ ଓ ବ୍ୟବହାରରେ ଶାଳୀନତା ସହ ଧୈର୍ଯ୍ୟ ରଖିବାକୁ ହେବ।
ପ୍ର-ଗ୍ରାହକ ସନ୍ତୁଷ୍ଟିକୁ କିଭଳି ଗୁରୁତ୍ୱ ଦେଇଥା’ନ୍ତି?
ଉ – ବ୍ୟବସାୟରେ ସ୍ବଚ୍ଛତା ଓ ସାଧୁତା ସହ ଗୁଣାତ୍ମକ ସେବା ଯୋଗାଇଦେବାକୁ ଆମେ ସର୍ବଦା ପ୍ରୟାସ କରିଥାଉ। ଏପରିକି ପ୍ରତିଶ୍ରୁତି (କମିଟ୍‌ମେଣ୍ଟ) ଅନୁଯାୟୀ କାର୍ଯ୍ୟ କରିବା ସହ ସହନଶୀଳତାକୁ ସମ୍ମୁଖରେ ରଖି ଗ୍ରାହକଙ୍କୁ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ଥାଉ।
ପ୍ର -ପ୍ରତିଯୋଗିତାମୂଳକ ବ୍ୟବସାୟ ଓ ଶିଳ୍ପକୁ ଆପଣ କିଭଳି ଦେଖୁଛନ୍ତି?
ଉ – ବ୍ୟବସାୟରେ ପ୍ରତିଯୋଗୀ ନ ରହିଲେ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ଆସି ନ ଥାଏ। ପ୍ରତିଟି ଶିଳ୍ପରେ ପ୍ରତିଯୋଗିତା ରହିଥାଏ। ଏପରିକି ପ୍ରତିଯୋଗିତାରେ କାର୍ଯ୍ୟ କରିବାକୁ ମଧ୍ୟ ପସନ୍ଦ କରିଥାଉ। ଫଳରେ ଗ୍ରାହକ ମଧ୍ୟ ଆଶାଠାରୁ ଅଧିକ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri