କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଆସିଲେନି ନେତା, ଅଧିକାରୀ

ରସୁଲପୁର,୧୮ା୨(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ରବୀନ୍ଦ୍ର ପରିଡ଼ା ଫୁଲକୋବି ଫସଲର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଫଳରେ ସେ ୨ ସପ୍ତାହ ତଳେ ୫୦ ଡିସିମିଲିରୁ ଊର୍ଦ୍ଧ୍ୱ କୋବି ଫସଲ ଉଜାଡ଼ି ଦେଇଛନ୍ତି। ଫୁଲକୋବି କିଆରିରେ ଟ୍ରାକ୍ଟର ଚଳାଇ ଫସଲ ନଷ୍ଟ କରିଦେଇ ଅନ୍ୟ ଏକ ରବିଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫସଲ ଉଜାଡିବା ବାବଦରେ ତାଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଚାଷୀ ପସଲ ଉଜାଡି ଦେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ହେଲେ ଏ ସବୁ ପରେ ବି ସମ୍ପୃକ୍ତ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ରାଜନେତା ହୁଅନ୍ତୁ ଅବା ବିଭାଗୀୟ ପଦାଧିକାରୀ କେହି ତାଙ୍କ ନିକଟକୁ ଆସିନାହାନ୍ତି ବୋଲି ପରିଡ଼ା ଅଭିଯୋଗ କରିଛନ୍ତି। ସେ ଫସଲ ନଷ୍ଟ କରିବା ପରେ ମହାଜନି ସୁଧ ଯୁକ୍ତ ଋଣକୁ ନେଇ ମାନସିକ ଚାପଗ୍ରସ୍ତ ହୋଇପଡ଼ିଛନ୍ତି। ତେଣୁ କୃଷିଋଣ ଛାଡ଼ ସହ କ୍ଷତିପୂରଣ ବାବଦକୁ ସରକାରୀ ସହାୟତା ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି। ଏହିଭଳି ସମସ୍ୟାରେ କେବଳ ଚାଷୀ ରବୀନ୍ଦ୍ର ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ବ୍ଲକ ଅଞ୍ଚଳର ବହୁ ଚାଷୀଙ୍କ କ୍ଷେତ୍ରରେ ସମାନ ପରିସ୍ଥିତି ଉପୁଜିଛି। ଚାଷୀଙ୍କ ଦୁଃଖଦୁର୍ଦ୍ଦଶା ସମୟରେ କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନେ ନ ପହଞ୍ଚିବା ଏକ ବିଡ଼ମ୍ବନାର ବିଷୟ ହୋଇଛି।
ଅପରପକ୍ଷରେ ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ବ୍ୟୟବରାଦ କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟାକୁ ଜାଣି ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆ ନ ଗଲେ ଆୟ ଦ୍ୱିଗୁଣିତ ହେବା ବଦଳରେ ଚାଷୀ ଋଣଗ୍ରସ୍ତ ହୋଇପଡିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେଣୁ ଚାଷୀଙ୍କ ବାସ୍ତବ ସ୍ଥିତି, ଆବଶ୍ୟକତା ଓ ସମସ୍ୟାକୁ ଉପଲବ୍ଧ କରିବା ସହ କ୍ଷେତ୍ର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଗଲେ ଚାଷୀ ଉପକୃତ ହୋଇପାରିବେ। ନ ହେଲେ ସରକାରୀସ୍ତରରେ ଚାଷୀଙ୍କ ଉନ୍ନତି ଲକ୍ଷ କେବଳ କାଗଜକଲମରେ ସୀମିତ ହୋଇରହିଯିବ ବୋଲି ସାଧାରଣରେ ଆଲୋଚାନ ହେଉଛି।
ବ୍ଲକ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବା, ପରିବା ଫସଲକୁ ବୀମାଭୁକ୍ତ କରାଯାଇପାରୁ ନ ଥିବା, ଋତୁକାଳୀନ ଫସଲରେ କ୍ଷତି ପହଞ୍ଚିଲେ ସେମାନଙ୍କୁ କ୍ଷତିପୂରଣ ନ ମିଳିବା, ହାଟ ବଜାରରେ ମଣ୍ଡି ନ ଖୋଲିବା ଭଳି ଅବ୍ୟବସ୍ଥା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳି ପାରୁନାହିଁ। ଏସବୁ କାରଣରୁ ଚାଷୀ କୌଳିକ ବୃତ୍ତି ଛାଡ଼ି ଅନ୍ୟ ବେଉଷାକୁ ଆପଣେଇ ନେଉଥିବା ଲକ୍ଷ୍ୟ କରାଯାଉଛି। ଫୁଲକୋବି ଅଭାବୀ ବିକ୍ରି ଯୋଗୁ ବଜାରରେ କୋବି ପିଛା ୨ରୁ୩ ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ଯାହାର ଉପତ୍ାଦନ ମୂଲ୍ୟ ୫ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଆକଳନ କରାଯାଉଛି। ତେବେ ବେଶୀ ଖର୍ଚ୍ଚକରି କମ୍‌ ମୂଲ୍ୟରେ ବିକିବା ପାଇଁ ଉପତ୍ାଦିତ ଦ୍ରବ୍ୟକୁ ବାଜାରକୁ ନେଇ ଆହୁରି ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିବା ପାଇଁ ଚାଷୀ କ୍ଷେତକୁ ଉଜାଡି ଦେବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ମତ ରଖିଛନ୍ତି। ତେଣୁ କ୍ଷତିପୂରଣ ପ୍ରଦାନ ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri