କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଆସିଲେନି ନେତା, ଅଧିକାରୀ

ରସୁଲପୁର,୧୮ା୨(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ରବୀନ୍ଦ୍ର ପରିଡ଼ା ଫୁଲକୋବି ଫସଲର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଫଳରେ ସେ ୨ ସପ୍ତାହ ତଳେ ୫୦ ଡିସିମିଲିରୁ ଊର୍ଦ୍ଧ୍ୱ କୋବି ଫସଲ ଉଜାଡ଼ି ଦେଇଛନ୍ତି। ଫୁଲକୋବି କିଆରିରେ ଟ୍ରାକ୍ଟର ଚଳାଇ ଫସଲ ନଷ୍ଟ କରିଦେଇ ଅନ୍ୟ ଏକ ରବିଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫସଲ ଉଜାଡିବା ବାବଦରେ ତାଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଚାଷୀ ପସଲ ଉଜାଡି ଦେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ହେଲେ ଏ ସବୁ ପରେ ବି ସମ୍ପୃକ୍ତ ଚାଷୀଙ୍କ ସମସ୍ୟାକୁ ଅଣଦେଖା କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ରାଜନେତା ହୁଅନ୍ତୁ ଅବା ବିଭାଗୀୟ ପଦାଧିକାରୀ କେହି ତାଙ୍କ ନିକଟକୁ ଆସିନାହାନ୍ତି ବୋଲି ପରିଡ଼ା ଅଭିଯୋଗ କରିଛନ୍ତି। ସେ ଫସଲ ନଷ୍ଟ କରିବା ପରେ ମହାଜନି ସୁଧ ଯୁକ୍ତ ଋଣକୁ ନେଇ ମାନସିକ ଚାପଗ୍ରସ୍ତ ହୋଇପଡ଼ିଛନ୍ତି। ତେଣୁ କୃଷିଋଣ ଛାଡ଼ ସହ କ୍ଷତିପୂରଣ ବାବଦକୁ ସରକାରୀ ସହାୟତା ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି। ଏହିଭଳି ସମସ୍ୟାରେ କେବଳ ଚାଷୀ ରବୀନ୍ଦ୍ର ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ବ୍ଲକ ଅଞ୍ଚଳର ବହୁ ଚାଷୀଙ୍କ କ୍ଷେତ୍ରରେ ସମାନ ପରିସ୍ଥିତି ଉପୁଜିଛି। ଚାଷୀଙ୍କ ଦୁଃଖଦୁର୍ଦ୍ଦଶା ସମୟରେ କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନେ ନ ପହଞ୍ଚିବା ଏକ ବିଡ଼ମ୍ବନାର ବିଷୟ ହୋଇଛି।
ଅପରପକ୍ଷରେ ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ବ୍ୟୟବରାଦ କରୁଛନ୍ତି। ହେଲେ ଚାଷୀଙ୍କ ସମସ୍ୟାକୁ ଜାଣି ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆ ନ ଗଲେ ଆୟ ଦ୍ୱିଗୁଣିତ ହେବା ବଦଳରେ ଚାଷୀ ଋଣଗ୍ରସ୍ତ ହୋଇପଡିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେଣୁ ଚାଷୀଙ୍କ ବାସ୍ତବ ସ୍ଥିତି, ଆବଶ୍ୟକତା ଓ ସମସ୍ୟାକୁ ଉପଲବ୍ଧ କରିବା ସହ କ୍ଷେତ୍ର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଗଲେ ଚାଷୀ ଉପକୃତ ହୋଇପାରିବେ। ନ ହେଲେ ସରକାରୀସ୍ତରରେ ଚାଷୀଙ୍କ ଉନ୍ନତି ଲକ୍ଷ କେବଳ କାଗଜକଲମରେ ସୀମିତ ହୋଇରହିଯିବ ବୋଲି ସାଧାରଣରେ ଆଲୋଚାନ ହେଉଛି।
ବ୍ଲକ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବା, ପରିବା ଫସଲକୁ ବୀମାଭୁକ୍ତ କରାଯାଇପାରୁ ନ ଥିବା, ଋତୁକାଳୀନ ଫସଲରେ କ୍ଷତି ପହଞ୍ଚିଲେ ସେମାନଙ୍କୁ କ୍ଷତିପୂରଣ ନ ମିଳିବା, ହାଟ ବଜାରରେ ମଣ୍ଡି ନ ଖୋଲିବା ଭଳି ଅବ୍ୟବସ୍ଥା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳି ପାରୁନାହିଁ। ଏସବୁ କାରଣରୁ ଚାଷୀ କୌଳିକ ବୃତ୍ତି ଛାଡ଼ି ଅନ୍ୟ ବେଉଷାକୁ ଆପଣେଇ ନେଉଥିବା ଲକ୍ଷ୍ୟ କରାଯାଉଛି। ଫୁଲକୋବି ଅଭାବୀ ବିକ୍ରି ଯୋଗୁ ବଜାରରେ କୋବି ପିଛା ୨ରୁ୩ ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ଯାହାର ଉପତ୍ାଦନ ମୂଲ୍ୟ ୫ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଆକଳନ କରାଯାଉଛି। ତେବେ ବେଶୀ ଖର୍ଚ୍ଚକରି କମ୍‌ ମୂଲ୍ୟରେ ବିକିବା ପାଇଁ ଉପତ୍ାଦିତ ଦ୍ରବ୍ୟକୁ ବାଜାରକୁ ନେଇ ଆହୁରି ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିବା ପାଇଁ ଚାଷୀ କ୍ଷେତକୁ ଉଜାଡି ଦେବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ମତ ରଖିଛନ୍ତି। ତେଣୁ କ୍ଷତିପୂରଣ ପ୍ରଦାନ ପାଇଁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri