ନେତାଙ୍କ ଟଙ୍କା, ମୁହଁ ଖୋଲିବାକୁ ଭୟ

ସମ୍ବଲପୁର,୧୦ା୪(ବ୍ୟୁରୋ): ଦେବଗଡ ଜିଲାରେ ଘଟିଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମରେ ପୋଲିସ ଟିମ୍‌ ଗତ ୬ ତାରିଖ ରାତିରେ ଚଢାଉ କରିଥିଲା। ଏହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକଙ୍କ ପତ୍ତା ମିଳୁନାହିଁ । ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି ା ହେଲେ ଏହି ଚଢାଉ ସମୟରେ ୫ ବସ୍ତା ୨ ହଜାର ଟଙ୍କିଆ ନୋଟ ଗାଏବ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ପୁରା ପୋଲିସ ବିଭାଗ ଛବି ସୁଧାରିବାକୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛି। ବସ୍ତା ବସ୍ତା ଟଙ୍କା କିଏ ନେଲା, କୁଆଡେ ଗଲା ତାହା ଏବେ ତଦନ୍ତ ସାକ୍ଷେପ ହୋଇଛି। ରେଙ୍ଗାଲି ଥାନା ପୋଲିସ ଚଢାଉକୁ ନେଇ କିଛି ଜାଣି ନ ଥିବା କହୁଥିବା ବେଳେ ଦେବଗଡ ପୋଲିସ ଚଢାଉ ହୋଇଥିବା ନେଇ ସ୍ବଷ୍ଟ କରିଛି। ଏପରିକି ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ମଧ୍ୟ ଚଢାଉ ହୋଇଥିବା ନେଇ ସ୍ବୀକାର କରିଛନ୍ତି। ତେବେ ରେଙ୍ଗାଲି ପୋଲିସ ଏହି ଘଟଣାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବାରୁ ଟଙ୍କା ଗାଏବ ଘଟଣାରେ ପୋଲିସ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସୁଛି। ପୋଲିସ ବିଭାଗ ଉଚ୍ଚ ପଦଧିକାରୀ ସ୍ବଚ୍ଛତା ଅନୁସାରେ ତଦନ୍ତ କଲେ ଘଟଣାର ପର୍ଦ୍ଦାଫାଶ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପଟେ ଚଢାଉ ସମୟରେ ଗାଏବ ହୋଇଥିବା ଟଙ୍କା ଜଣେ ବରିଷ୍ଠ ରାଜନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀଙ୍କର ବୋଲି ଆଲୋଚନା ହେଉଛି। ଜମି ବିକ୍ରି ବାବଦରେ ମିଳିଥିବା ଟଙ୍କା ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ା ଅନ୍ୟପଟେ ଦେବଗଡ ଜିଲା ଟାଉନ ଥାନାରେ ଅର୍ଥ ଲଗାଣକାରୀ ସଂସ୍ଥ୍‌ା କର୍ମଚାରୀ ରୀତା ସାହୁଙ୍କ ହୋଇଥିବା ହତ୍ୟା ମାମଲାରେ ଏହି ଚଢାଉର ଲିଙ୍କ୍‌ ଥିବା ନେଇ ଚର୍ଚ୍ଚା ହେଉଛି। ରୀତା ପୂର୍ବରୁ ପଣ୍ଡଲୋଇ ଗ୍ରାମକୁ ଯିବା ଆସିବା କରୁଥିଲେ। ଏହା ସହ ଉକ୍ତ ଗ୍ରାମର ଯୁବକଙ୍କ ସହ ଟଙ୍କା ନେଣଦେଣ କାରବାର ମଧ୍ୟ କରୁଥିଲେ। ତେଣୁ ପୋଲିସ ସନ୍ଦେହ କରି ଏପ୍ରିଲ ୬ ତାରିଖ ରାତିରେ ଚଢାଉ କରିଥିଲା। ଗାଏବ ହୋଇଥିବା ଟଙ୍କା ଆୟ ବହିର୍ଭୂତ ହୋଇଥିବାରୁ ଦାବିଦାର ମଧ୍ୟ ଦାବି କରୁନାହାନ୍ତି। ଅନ୍ୟପଟେ ପୋଲିସ ଗିରଫଦାରୀ ଭୟ ରହିଛି। ଏ ସମ୍ପର୍କରେ ଏସ୍‌ଡିିପିଓ ସାହୁ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତେ ଗୁଡାଏ ଟଙ୍କା କୁଆଡୁ ଆସିଲା, କାହିକିଁ ରଖିଥିଲେ ସେନେଇ ଯାଞ୍ଚ କରାଯିବ। ଏହାସହ ଚଢାଉ ସମୟରେ କେତେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିଲା ସେନେଇ ମଧ୍ୟ ତଦନ୍ତ ହେବ ବୋଲି କହିଥିଲେ। ସୂଚନାଯୋଗ୍ୟ, ଦେବଗଡ ଜିଲା ଟାଉନ ଥାନା ଅନ୍ତର୍ଗତ ଏକ ମାମଲାରେ ପୋଲିସ ଟିମ୍‌ ପଣ୍ଡଲୋଇ ଗ୍ରାମରେ ଚଢାଉ କରିଥିଲା। ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୫ ବସ୍ତା ୨ ହଜାର ଟଙ୍କିଆ ନୋଟ ଜବତ କରିଥିଲା। ରେଙ୍ଗାଲି ଥାନା ପୋଲିସ କିଛି ଜାଣି ନ ଥିବା କହୁଥିବା ବେଳେ ପୋଲିସ ବଡବାବୁମାନେ ମଧ୍ୟ ଘଟଣାରେ ନୀରବ ରହିଛନ୍ତି। ଚଢାଉ ସମୟରେ ଭିଡିଓ ରେକର୍ଡ କିମ୍ବା ସାକ୍ଷ୍ୟ ପ୍ରମାଣ ନ ଥିଲେ ପୋଲିସ ପାଇଁ ଅଡୁଆ ବଢିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ

ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri