ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ ଖୋଜା ବଢ଼ିଯାଇଛି। ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଏବେ ପ୍ରାର୍ଥୀଙ୍କ ଆଖି ପଡିଛି। ଏଥିପାଇଁ ପରିବାର ଓ ଦଳୀୟ କର୍ମୀଙ୍କ ସହାୟତାରେ ପ୍ରବାସୀ ଶ୍ରମିକଙ୍କର ଘରକୁ ଫେରିବା ପାଇଁ ଟିକେଟ ବ୍ୟବସ୍ଥା ହେଉଛି। ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ ଆଳି, ରାଜନଗର, ମହାକାଳପଡ଼ା ବିଧାନସଭା କ୍ଷେତ୍ରର ପ୍ରାୟ ୪୬ ପ୍ରତିଶତ ଯୁବତୀଯୁବକ କର୍ମ ଅନ୍ବେଷଣରେ ଜିଲା ବାହାରେ ରହୁଛନ୍ତି। ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ଅଧିକ ଥିବାରୁ ସୀମିତ ଭୋଟ ଫଳ ପ୍ରାର୍ଥୀଙ୍କୁ ବିଜୟ ଦେବ। ଏଥିପାଇଁ ଜିଲାର ପ୍ରବାସୀ ଶ୍ରମିକଙ୍କ ଗୁରୁତ୍ୱ ଅଧିକ ହୋଇଛି। ଅପରପକ୍ଷରେ ଜିଲାର ଲୋକସମ୍ଭଳଙ୍କୁ ଜିଲାରେ କର୍ମନିଯୁକ୍ତି ମିଳି ପାରୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ସ୍ବାଇଁ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଗଠନ ନେଇ ଭାଜପା ଉଦ୍ୟମକୁ ଜୋରଦାର କରିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ଶାସକ ଦଳର ଗଡ଼ ଭାବେ ପରିଚିତି ପାଇଥିବାରୁ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଜିଲାର ୫୭ ହଜାରରୁ ଅଧିକ ଯୁବବର୍ଗ ଜିଲା କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜୀକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ସେହିପରି ପ୍ରାୟ ୩ ଲକ୍ଷ ଶ୍ରମିକ କର୍ମନିଯୁକ୍ତି ପାଇଁ ଜିଲା ବାହାରେ ଅଛନ୍ତି। ମତଦାନ ପାଇଁ ଘରକୁ ଫେରିବାକୁ ପ୍ରାର୍ଥୀମାନେ ଏବେ ଟିକେଟ ବ୍ୟବସ୍ଥା କରୁଛନ୍ତି। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳ ଏବେ ଶ୍ରମିକଙ୍କ ଦୁଃଖ ପାଇଁ ସମବେଦନା ଜଣାଉଥିବା ବେଳେ ଜିଲାରେ କର୍ମନିଯୁକ୍ତି ଏକ ବଡ ସମସ୍ୟା ହୋଇଛି। ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ କ୍ଷେତକୁ ଜଳ ପରିଚାଳନା, ଶୀତଳଭଣ୍ଡାର, ତାଲିମ ବ୍ୟବସ୍ଥା, ଅର୍ଥକରୀ ଫସଲ ପାଇଁ ଭିତ୍ତିଭୂମି ଆଦି ନିମନ୍ତେ କୌଣସି ଯୋଜନା ନାହିଁ। ପ୍ରତି ନିର୍ବାଚନ ସମୟରେ ଶିଳ୍ପ ପ୍ରତିଷ୍ଠା, ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପ୍ରତିଷ୍ଠା, ଯୁବବର୍ଗଙ୍କୁ ଶିଳ୍ପୋଦ୍ୟୋଗୀ ପାଇଁ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ସବୁ ଗ୍ରାମକୁ ରାସ୍ତା ନ ଥିବାରୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ବଡ଼ ସଂଖ୍ୟକ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିର ଯୁବନେତା ରାଜେଶ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କର୍ମନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି। ଚାଷୀଙ୍କ ପାଇଁ କାଳିଆ, ବଳରାମ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ପାଇଁ ନାମକୁମାତ୍ର ସୁଧରେ ଅନୁଦାନ ଯୋଗାଇ ଦିଆଯାଉଛି। କୃଷି କ୍ଷେତ୍ର ପରି ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଋଣଠାରୁ ଆରମ୍ଭ କରି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ବ୍ୟତୀତ ଏହି ଶିଳ୍ପବିହୀନ ଜିଲାରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ସହିତ ଏମ୍‌ଓୟୁ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପାଣିପାଇପ ମରାମତି ତାଲିମ କେନ୍ଦ୍ର ସହିତ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କେନ୍ଦ୍ର ନିର୍ମାଣ, କର୍ମନିଯୁକ୍ତି ମେଳା ଆଦି ଆୟୋଜିତ ହେଉଛି। ଭାଜପାର ଯୁବନେତା ନେହେରୁ କୁମାର ସାହୁ କହିଛନ୍ତି, କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ନୀତି ଅତ୍ୟନ୍ତ ସ୍ପଷ୍ଟ। ଏଥିରେ ଥିବା ଯୋଜନା କାର୍ଯ୍ୟକାରୀ ହେଲେ କୌଣସି ଶ୍ରମିକ ଜିଲା ବାହାରକୁ ଯିବାର ଆବଶ୍ୟକତା ନାହିଁ। କେନ୍ଦ୍ରାପଡ଼ା ଜିଲାରେ କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଉଥିବା ତୃଣମୂଳସ୍ତରର ଶ୍ରମିକ ବୁଝିଥିବା ସେ ପ୍ରକାଶ କରିଛନ୍ତି। କଂଗ୍ରେସର ଯୁବନେତା ଅବଦୁଲ ସତାର କହିଛନ୍ତି, ଶ୍ରମିକଙ୍କ କଲ୍ୟାଣ ପାଇଁ କଂଗ୍ରେସ ସର୍ବଦା ଚିନ୍ତା କରିଛି। ଓଡ଼ିଶାର ଜାନକୀ ପଟ୍ଟନାୟକଙ୍କ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାଠାରୁ ଆରମ୍ଭ କରି ଉପା ସରକାର ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ ଶ୍ରମିକଙ୍କ ଆଶ୍ୱସ୍ତି ଆଣିଥିଲା। ତେବେ ଚଳିତ ସରକାରଙ୍କ ଅମଳରେ ଏହା ବାଟବଣା ହୋଇଛି। ଦାଦନ ସମସ୍ୟାର ମୂଳ କାରଣ ଖୋଜି ଏହାର ନିରାକରଣ କେବଳ କଂଗ୍ରେସ ଦ୍ୱାରା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬(ମକାରୁ ବେମାଲ): ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri