ମାୟାଜାଲରେ ୨୫ରୁ ଊର୍ଦ୍ଧ୍ୱ ନେତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାରେ ଦିନକୁ ଦିନ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିବାରେ ଲାଗିଛି। ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ୨୫ରୁ ଅଧିକ ନେତା ଅର୍ଚ୍ଚନାଙ୍କ ମାୟାଜାଲରେ ଫସିଥିବା କୁହାଯାଉଛି। ତେବେ ଏହି ମାମଲାରେ ଶାସକ ଦଳର ଅଧିକ ନେତା ଓ ମନ୍ତ୍ରୀ ସମ୍ପୃକ୍ତ ଥିବାରୁ କମିଶନରେଟ ପୋଲିସର ତଦନ୍ତରେ ଶିଥିଳତା ପଡ଼ିଥିବା ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ଗୁରୁବାର ଭୁବନେଶ୍ୱର ଭାଜପା ଜିଲା ସଭାପତି ବାବୁ ସିଂ ତାଙ୍କ ପ୍ରତିକ୍ରିୟାରେ ବହୁ ବିସ୍ଫୋରକ ତଥ୍ୟ ରଖିଛନ୍ତି। ସେ କହିଛନ୍ତି, ଅର୍ଚ୍ଚନାଙ୍କ ଲିଙ୍କ୍‌ରେ ୩ ମନ୍ତ୍ରୀଙ୍କ ସମେତ ପ୍ରାୟ ୧୮ ବିିଧାୟକ ରହିଛନ୍ତି। ୨ ବର୍ଷ ହେବ ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଆସୁଥିଲେ। ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହିଥିବା ସିଂ ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଅର୍ଚ୍ଚନା ପଳାଶୁଣୀ ସତ୍ୟବିହାରରେ ରହୁଥିଲେ ମଧ୍ୟ ଖଣ୍ଡଗିରି ଜାଗମରାରେ ଘରଭଡ଼ା ନେଇ ରଙ୍ଗଶାଳା କରିଥିଲେ ବୋଲି କୁହାଯାଉଛି। ସେଠାରେ ସେ ବିଭିନ୍ନ ଲୋକଙ୍କୁ ଫସାଇ ବ୍ଲାକମେଲ୍‌ କରୁଥିଲେ। ଯୁବତୀଙ୍କ ସହ କ୍ଷମତାଶାଳୀ ଲୋକମାନେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବାବେଳେ ଅର୍ଚ୍ଚନା ଚାବିରିଙ୍ଗ, ଭ୍ୟାନିଟି ଆଦିରେ ସ୍ପାଏ କ୍ୟାମେରା ଖଞ୍ଜି ସେମାନଙ୍କର ଭିଡିଓ ଉତ୍ତୋଳନ କରୁଥିଲେ। ପରେ ଏହି ଭିଡିଓ ମାଧ୍ୟମରେ ବ୍ଲାକ୍‌ମେଲିଂ କରି ଅର୍ଥ ରୋଜଗାର କରୁଥିଲେ। ଅର୍ଚ୍ଚନା ଅଲ୍‌ଲାଇନ୍‌ ମାଧ୍ୟମରେ ଏସବୁ କ୍ୟାମେରା ଆଣୁଥିଲେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ନାଁରେ ଥିବା ବ୍ୟାଙ୍କ୍‌ ଆକାଉଣ୍ଟ, ଫିକ୍ସଡ୍‌ ଡିପୋଜିଟ୍‌ ଏବଂ ୫ ବର୍ଷ ମଧ୍ୟରେ କରାଯାଇଥିବା କାରବାର ବିଷୟରେ ତଥ୍ୟ ଦେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)କୁ ପୋଲିସ ପକ୍ଷରୁ ଚିଠି ଲେଖାଯାଇଥିଲା। ଏଯାବତ୍‌ ୫ଟି ଆକାଉଣ୍ଟ ସମ୍ପର୍କରେ ପୋଲିସକୁ ତଥ୍ୟ ମିଳିଥିବା ଜଣାପଡ଼ିଛି। ୬ମାସ ମଧ୍ୟରେ ଏସବୁ ଆକାଉଣ୍ଟରେ ୫ କୋଟିରୁ ଅଧିକ କାରବାର ହୋଇଛି। ସବୁଠୁ ବଡ଼କଥା ହେଲା, ନୟାଗଡ଼ର ଜଣେ ଯୁବ ବ୍ୟବସାୟୀ ୫୦ ଲକ୍ଷ ଟଙ୍କା ଦେଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ସେପଟେ ଅର୍ଚ୍ଚନାଙ୍କ ସହ ବହୁ ନେତା ଓ ମନ୍ତ୍ରୀଙ୍କ ଲିଙ୍କ ଥିବାରୁ କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଏହି ପ୍ରୟାସ କରାଯାଇନାହିଁ। ଏହି ମାମଲାରେ ଆଗାମୀ ଦିନେ କିମ୍ବା ୨ଦିନ ମଧ୍ୟରେ କୋର୍ଟଙ୍କ ନିକଟରେ ଜାମିନ ଆବେଦନ କରାଯିବ ବୋଲି ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଦେବାଶିଷ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri