Categories: ଜାତୀୟ

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସାଇକେଲ ଚଳାଇ ପ୍ରତିବାଦ କଲେ ଏହି ନେତା

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୯।୬: କରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୋମବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ କର୍ନାଟକର କଂଗ୍ରେସ ନେତା ଡି.କେ. ଶିବକୁମାର ସାଇକେଲ ଚଳାଇ ନିଆରା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଦିଲ୍ଲୀରେ କଂଗ୍ରେସ ନେତା ଓ କର୍ମକର୍ତ୍ତାଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ସେହି ସମୟରେ ପୋଲିସ ସେମାନଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ୫ପଇସା ବୃଦ୍ଧି ପାଇ ୮୦.୪୩ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୧୩ପଇସାକୁ ବୃଦ୍ଧି ପାଇ ୮୦.୫୩ଟଙ୍କା ହୋଇଛି।

Share