Categories: ଜାତୀୟ

ନିର୍ବାଚନ ସମୟରେ ଧାର୍ମିକସ୍ଥଳ ଯିବେନି ନେତା, କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ନିର୍ବାଚନ ସମୟରେ ଦଳୀୟ ନେତୃତ୍ୱ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଅବା ଅନ୍ୟ କୌଣସି ଧାର୍ମିକସ୍ଥଳକୁ ନ ଯିବା ଲାଗି ପ୍ରସ୍ତାବ ଆଗତ ହୋଇଛି। ଚିନ୍ତନ ଶିବିରରେ କେତେକ ନେତା ଏହାଦ୍ୱାରା ଭୋଟରଙ୍କ ପାଖକୁ ଭ୍ରମିତ କରୁଥିବା ବାର୍ତ୍ତା ଯାଉଥିବା କହିଛନ୍ତି।

ଭାଜପା ସମ୍ମୁଖରେ କଂଗ୍ରେସ ସୁଦୃଢ଼ ଧର୍ମନିରପେକ୍ଷ ଆଭିମୁଖ୍ୟ ରଖିବା ଜରୁରୀ ବୋଲି ଶିବିରରେ ଚର୍ଚ୍ଚା ହୋଇଛି। ବିଗତ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏବେ ଦଳର ରାଷ୍ଟ୍ରୀୟ ମହାସିବି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିଭିନ୍ନ ଧର୍ମସ୍ଥଳ ପରିଦର୍ଶନ କରୁଥିବାରୁ ଦେଖିବାକୁ ମିଳିଥିଲା।

ମାତ୍ର ଏହା ଦ୍ୱାରା ଦଳକୁ କୌଣସି ସୁଫଳ ମିଳି ନ ଥିବା ଶିବିରରେ ଆଲୋଚନା କରାଯାଇଛି। ଏହା ପଛରେ କଂଗ୍ରେସର ସୁଚିନ୍ତିତ ରଣନୀତି ଥିଲା।

ମାତ୍ର ଏହା ଦ୍ୱାରା କଂଗ୍ରେସର ଧର୍ମନିରପେକ୍ଷ ଭାବମୂର୍ତ୍ତି ପ୍ରଭାବିତ ହୋଇଥିବାର ନେତାମାନେ କହିଛନ୍ତି। ତେଣୁ ଆଗାମୀ ଦିନରେ ଏଭଳି ନ କରିବାକୁ ପ୍ରସ୍ତାବ ଆଗତ ହୋଇଛି।

Share