Posted inଜାତୀୟ

ମହଙ୍ଗା ପଡ଼ିବ ଅଳସୁଆମୀ

ନୂଆଦିଲ୍ଲୀ,୨୧ା୧୦: ସୁସ୍ଥ ଶରୀର ପାଇଁ ବ୍ୟାୟାମ ଜରୁରୀ। ବିଶେଷକରି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁ ବିଭିନ୍ନ ପ୍ରକାର ଅସୁସ୍ଥତାରୁ ନିଜକୁ ରକ୍ଷା କରିବା ପାଇଁ ଏବେ ବ୍ୟାୟାମ ଅତ୍ୟାବଶ୍ୟକ ହୋଇପଡ଼ିଛି। ଜିମ୍‌, ପାର୍କ ତଥା ଘରେ ଏକ୍ସରସାଇଜକୁ ଆପଣାଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ହେଲେ ବିଶ୍ୱର ବହୁସଂଖ୍ୟାରେ ଲୋକେ ଏବେ ବି ନିଜ ଶରୀରକୁ ଅଣଦେଖା କରୁଛନ୍ତି। କୋଭିଡ୍‌ ମହାମାରୀ ପରେ ଚିକିତ୍ସା ସେବା ବାବଦ ବ୍ୟୟ ବଢ଼ିଛି। ଲୋକେ ଅନେକ ନୂଆ ରୋଗର ଶିକାର ହେଉଛନ୍ତି। ଅକାଳରେ ଲୋକଙ୍କ ଜୀବନ ଯାଉଥିବାରୁ ସମ୍ପୃକ୍ତ ଦେଶର ସରକାରଙ୍କୁ ଏ ବାବଦରେ ବ୍ୟାପକ କ୍ଷତି ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ନୂଆ ରିପୋର୍ଟ ଅନୁସାରେ ସୁସ୍ଥ ଜୀବନଶୈଳୀ ଆପଣା ନ ଗଲେ ଲୋକେ ଅଧିକ ମାତ୍ରାରେ କ୍ରନିକ୍‌ ଡିଜିଜ୍‌ (ଦୁରାରୋଗ୍ୟ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗ)ରେ ଆକ୍ରାନ୍ତ ହେବେ। ଏହାଦ୍ୱାରା ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ସରକାରଙ୍କ ବାର୍ଷିକ ୨୭ ବିଲିୟନ ଡଲାର ଖର୍ଚ୍ଚ ହେବ।
କହିବା ଅନୁସାରେ, ଶାରିରୀକ ପରିଶ୍ରମ ତଥା ବ୍ୟାୟାଗ ଅଭାବରୁ ୨୦୩୦ ସୁଦ୍ଧା ଡାଇବେଟିସ୍‌, ଡିମେଣ୍ଟିଆ, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡ଼ିତଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବ। ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବିଭିନ୍ନ ଦେଶର ସରକାର ବଜେଟ୍‌ ବୃଦ୍ଧି କରିବାକୁ ବାଧ୍ୟ ହେବେ। ରିପୋର୍ଟରେ ୧୯୪ ଦେଶକୁ ଅନ୍ତର୍ଭୂକ୍ତ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦%ରୁ କମ୍‌ ରାଷ୍ଟ୍ରର ସରକାର ସୁସ୍ଥ ଜୀବନଶୈଳୀ ଉପରେ କୌଣସି ସ୍ପଷ୍ଟ ଜାତୀୟ ନୀତି ନ ଥିବା କୁହାଯାଇଛି। ତେଣୁ ସରକାର ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ଦିଗରେ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ଆଦି ଦ୍ୱାରା କ୍ରନିକ୍‌ ଡିଜିଜ୍‌ରେ ଆକ୍ରାନ୍ତ ଆଶଙ୍କା ୩୦% ପର୍ଯ୍ୟନ୍ତ ହ୍ରାସ ପାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ଶାରୀରିକ ଅସୁସ୍ଥତା ଯୋଗୁ ଜନସଂଖ୍ୟାର ଏକ ବଡ଼ ଭାଗ ବ୍ୟାପକ ସାମାଜିକ, ଅର୍ଥନୈତିକ, ପରିବେଶଗତ ସଂସ୍କାର ଦ୍ୱାରା ଉପକୃତ ହେବାରୁ ବଞ୍ଚିତ ହେବେ। ବିଶେଷକରି ନିମ୍ନଆୟ ବିଶିଷ୍ଟ ଦେଶଗୁଡ଼ିକରେ ଏହି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତେଣୁ ସରକାର ଏହାଗୁ ଗୁରୁତ୍ୱର ସହ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରଇବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri