Categories: ବାଣିଜ୍ୟ

ଗୁଗୁଲ୍‌ ନିଷ୍ପତ୍ତି ଉପରେ ସିଇଓଙ୍କ ସ୍ପଷ୍ଟୀକରଣ: ସ୍ଥିତି ଖରାପ ନ ହେଉ ବୋଲି…

ନୂଆଦିଲ୍ଲୀ,୨୪।୧: ଗୁଗୁଲ୍‌ରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ଉପରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟୀକରଣ ଦେଇଛନ୍ତି। ବାଧ୍ୟତାମୂଳକ ଭାବେ କମ୍ପାନୀକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଯଦି ସେ ତାହା କରି ନ ଥାନ୍ତେ, ଖରାପ ସମୟ ଆସିଥାନ୍ତା। ସେହି ସମୟକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ପଡିଲା ବୋଲି ସେ କହିଛନ୍ତି ।

ପିଚାଇ ଏକ ଆଭ୍ୟନ୍ତରୀଣ ବୈଠକରେ କହିଛନ୍ତି, କର୍ମଚାରୀଙ୍କ ସଂଖ୍ୟାକୁ ୬ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସେ କମ୍ପାନୀର ପ୍ରତିଷ୍ଠାତା ତଥା ବୋର୍ଡ ସହିତ ପରାମର୍ଶ କରିଥିଲେ। ଅଭିବୃଦ୍ଧି ମନ୍ଥର ହେବା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇ ନ ଥିଲେ ସମସ୍ୟା ଆହୁରି ଖରାପ ହେବାର ଆଶଙ୍କା ରହିଥିଲା।

ତେବେ ଜାନୁୟାରୀ ୨୦ରେ ଗୁଗୁଲ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ମୁଖ୍ୟ ପ୍ରଭାବ କେବଳ ଆମେରିକାରେ କାର୍ଯ୍ୟ କରୁଥିବା ଗୁଗୁଲ କର୍ମଚାରୀଙ୍କ ଉପରେ ପଡ଼ିବ ବୋଲି କୁହାଯାଇଥିଲା।

Share