ପୁଣି ଟୁଇଟର୍‌ରୁ ୪୪୦୦ କର୍ମଚାରୀଙ୍କୁ ଛଟେଇ କଲେ ମସ୍କ

ନ୍ୟୁୟର୍କ,୧୪।୧୧: ଟୁଇଟରର ମାଳିକାନା ହାସଲ କରିବା ପରଠାରୁ ଏଲନ ମସ୍କ କ୍ରମାଗତ ପରିବର୍ତ୍ତନ କରିଆସୁଛନ୍ତି। ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପରେ ପୁଣି ମସ୍କ କମ୍ପାନୀରୁ ୪୪୦୦-୫୫୦୦ ଚୁକ୍ତିରେ ରଖାଯାଇଥିବା କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି। ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବା ଟୁଇଟର୍‌ରେ ପରିସ୍ଥିତିକୁ ଆହୁରି ଖରାପ କରିବ ବୋଲି ଆଶା କରାଯାଉଛି।
ମସ୍କଙ୍କ ଦ୍ୱାରା ଟୁଇଟର୍‌ ଅଧିଗ୍ରହଣ ପରେ ଏହି ସୋଶିଆଲ ମିଡିଆ କମ୍ପାନୀର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଏବେ ସେ ସାରା ବିଶ୍ୱରେ ଥିବା ଟୁଇଟର୍‌ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। କମ୍ପାନୀର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦ ଡଲାର ଆଦାୟ ପାଇଁ ସେ ଆଗକୁ ଘୋଷଣା କରିଥିଲେ। ଏହାକୁ ନେଇ ସମାଲୋଚନା ହେବା ପରେ ସେ ମାସିକ ଦେୟକୁ ୮ ଡଲାରକୁ କମାଇଦେଇଥିଲେ। କିନ୍ତୁ ଏବେ ଏହି ୮ ଡଲାରରେ ଅଡ଼ି ବସିଛନ୍ତି।

Share