ଡିବିଏସ୍‌ ଇଣ୍ଡିଆ ସହ ମିଶିବ ଲକ୍ଷ୍ମୀବିଳାସ ବ୍ୟାଙ୍କ; ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ସଙ୍କଟ ଦେଇ ଗତି କରୁଥିବା ଘରୋଇ କ୍ଷେତ୍ର ଲକ୍ଷ୍ମୀବିଳାସ ବ୍ୟାଙ୍କର ଡିବିଏସ୍‌ ଇଣ୍ଡିଆ ଲିମିଟେଡ୍‌ (ଡିବିଆଇଏଲ୍‌) ସହ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ସେହିଭଳି ଏହି ବ୍ୟାଙ୍କ ଉପରେ ଲାଗିଥିବା ମୋରାଟୋରିୟମ କଟକଣାକୁ ସରକାର ଉଠାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଲୋକମାନେ ସେମାନଙ୍କ ଜମା ଟଙ୍କା ଉଠାଣ କରିବା ନେଇ ଅନୁମତି ପ୍ରଦାନ କରାଯାଇଛି। ଏହା ୨୭ ନଭେମ୍ବରଠାରୁ ଲାଗୁ ହେବ। ଜମାକାରୀଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ସୂଚନା ଦେଇଛନ୍ତି। ଖବରଦାତା କାର୍ଯ୍ୟକ୍ରମରେ ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଦ୍ୱାରା ୨୦ ଲକ୍ଷ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିବ। ଏହାଦ୍ୱାରା ୪ ହଜାର କର୍ମଚାରୀଙ୍କ ଚାକିରି ମଧ୍ୟ ସୁରକ୍ଷିତ କରାଯାଇଥିବା ସେ ମତବ୍ୟକ୍ତ କରିଛନ୍ତି। ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହାକୁ ଡିବିଏସ୍‌ ସହ ମିଶ୍ରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ମୋରାଟୋରିୟମ ଲାଗୁ ହେବା କ୍ଷେତ୍ରରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ତୃତୀୟ ବ୍ୟାଙ୍କ। ଏହା ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ଏବଂ ୨୦୨୦ ମାର୍ଚ୍ଚରେ ୟେସ୍‌ ବ୍ୟାଙ୍କ ଉପରେ ସମାନ କଟକଣା ଲାଗିଥିଲା। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ତତ୍ତ୍ୱାବଧାନରେ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟାକୁ ରୂପ ଦିଆଯାଇଛି। ଅପର ପକ୍ଷରେ ପିଏମ୍‌ସି ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଏବେ ଯାଏ ସଫଳ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ କଲା ବଡ଼ ଡିଲ୍‌, ଚାଇନା-ପାକିସ୍ତାନକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୩।୩: ଗତ କିଛି ବର୍ଷର ସମ୍ପର୍କକୁ ବିଚାରକୁ ନେଲେ, ଭାରତ ଏବଂ କାନାଡା ମଧ୍ୟରେ ଏକ ଐତିହାସିକ ଚୁକ୍ତି କିଏ ପୂର୍ୱାନୁମାନ କରିପାରିଥାନ୍ତା? କିନ୍ତୁ ଏକ ଚୁକ୍ତି…

ଭକ୍ତଙ୍କୁ ଭେଟିଲେ ରମେଶ …

ଭୁବନେଶ୍ୱର,୩।୩: ବିଧାୟକ ବୈଠକରେ ଅନୁପସ୍ଥିତ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପିସିସି ସଭାପତିଙ୍କୁ ଭେଟିଛନ୍ତି। ରାଜ୍ୟସଭା ନିର୍ବାଚନରେ ଦତେଶ୍ୱର ହୋତାଙ୍କୁ ସମର୍ଥନ ନେଇ ମଧ୍ୟ ଆଲୋଚନା କରିଛନ୍ତି।…

କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

ରାଜ୍ୟସଭା ନିର୍ବାଚନ: ବୈଠକକୁ କାହିଁକି ଆସିଲେନି କଂଗ୍ରେସର ୨ ବିଧାୟକ, କହିଲେ…

ଭୁବନେଶ୍ୱର,୩।୩: କାହିଁକି ବିଧାୟକ ବୈଠକରେ ପହଞ୍ଚି ପାରିଲେନି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଲେ କାରଣ । ସେ କହିଛନ୍ତି, ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ…

ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ: ନବମ ଶ୍ରେଣୀ ଛାତ୍ରଙ୍କ ଗଲା ଜୀବନ, ୧୨ ଗ୍ରାମବାସୀ ଗିରଫ

ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି…

ରୁଷିଆ ଏବେବି ଭାରତର ସବୁଠାରୁ ବଡ଼ ତେଲ ସପ୍ଲାୟର! ଦେଖନ୍ତୁ ସଂଖ୍ୟା

ନୂଆଦିଲ୍ଲୀ,୩।୩: ଯେତେ ଦାବି କରାଯାଉ ଏବଂ ଯେତେ ପ୍ରତିବନ୍ଧକର ଧମକ ଦିଆଯାଉ, ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଭାଙ୍ଗିପାରିବ ନାହିଁ। ଉଭୟ ଦେଶ ପରସ୍ପର ସହିତ…

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri