କଳାହାଣ୍ଡିରେ ଚମକିଲେ ଲକ୍ଷ୍ମୀ ବିକାଶ ଛାତ୍ରୀଛାତ୍ର: ଶତପ୍ରତିଶତ ସଫଳତା, ଆବିର୍ଭାବ ଟପ୍ପର

ଭବାନୀପାଟଣା,୧୭ା୪(ଉତ୍ତମ କୁମାର ଦାଶ):ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶତପ୍ରତିଶତ ସଫଳତା ହାସଲ କରି ଜିଲାରେ ଚମକିଛନ୍ତି। ମୋଟ ୨୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ୯୫%ରୁ ଉଦ୍ଧର୍‌ବ, ୩୩ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ୧୬୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ଆବିର୍ଭାବ ପୁରୋହିତ ୯୮.୬% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି। ଏହି ଅବସରରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ଗୁରୁବାର ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା।

ଏହି ସଫଳତାରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନ ଚେୟାରମ୍ୟାନ ଡି, ନାଗେଶର ରାଓ, ନିର୍ଦ୍ଦେଶକ ଡି. ଶ୍ୟାମ, ନିର୍ଦ୍ଦେଶକ ଡି. ରାମ କୁମାର, ଶିକ୍ଷା ପ୍ରଭାରୀ ଡି. ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି. ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଆଗାମୀ ଦିନରେ ବିଦ୍ୟାର୍ଥୀଙ୍କ ପାସ୍‌ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବା ସହ କଳାହାଣ୍ଡି ଜିଲାର ଗୌରବ ବୃଦ୍ଧି ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily