Categories: ଖେଳ

ଦ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ!

ନୂଆଦିଲ୍ଲୀ,୧୪।୧୧: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ରବିବାର ନିଶ୍ଚିତ କରିଛନ୍ତି। ତାଙ୍କର ପୂର୍ବତନ ବ୍ୟାଟିଂ ସହକର୍ମୀ ରାହୁଲ ଦ୍ରାବିଡ ଏହି ପଦ ଛାଡିବା ପରେ ଲକ୍ଷ୍ମଣ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ ଭାବରେ ନିଯୁକ୍ତ କରାଯାଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ଦ୍ରାବିଡ ଏହି ପଦ ଗ୍ରହଣ କରିଛନ୍ତି। ୪୭ ବର୍ଷୀୟ ଲକ୍ଷ୍ମଣ ଏନସିଏର ନୂତନ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏହି କ୍ରମରେ ସେ ଆଇପିଏଲ ଦଳର ସନରାଇଜର୍ସ ହାଇଦ୍ରାବାଦର ଜଣେ ମେଣ୍ଟର ଭାବରେ ଇସ୍ତଫା ଦେଇସାରିଛନ୍ତି।
ଏହାର ଅର୍ଥ ହେଉଛି ଭାରତୀୟ କ୍ରିକେଟ ର ଦୁଇଟି କିମ୍ବଦନ୍ତୀ – ଲକ୍ଷ୍ମଣ ଏବଂ ଦ୍ରାବିଡ଼ – ବର୍ତ୍ତମାନ ଏକାଠି କାମ କରିବେ। ବିସିସିଆଇ ଭାରତର ମୁଖ୍ୟ କୋଚ ଏବଂ ଏନସିଏ ମୁଖ୍ୟଙ୍କ ମଧ୍ୟରେ ଭଲ ସମନ୍ବୟ ଚାହୁଁଛି। ଯୁବକମାନଙ୍କୁ ପ୍ରସ୍ତୁତ କରିବାର ଦାୟିତ୍ୱ ମଧ୍ୟ ଲକ୍ଷ୍ମଣଙ୍କ ପାଖରେ ରହିବ। ଲକ୍ଷ୍ମଣ ଏବେ ଭାରତର ଅଣ୍ଡର -୧୯ ଏବଂ ‘ଏ’ ଦଳ ପାଇଁ ଖେଳାଳି ପ୍ରସ୍ତୁତ କରିବେ। ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ନେବାକୁ କୌଣସି କମେଣ୍ଟ୍ରି ପ୍ୟାନେଲର ଅଂଶ ହୋଇପାରିବେ ନାହିଁ। କେବଳ ଏତିକି ନୁହେଁ, ସେ କୌଣସି ଖବରକାଗଜ ପାଇଁ ସ୍ତମ୍ଭ ମଧ୍ୟ ଲେଖିବେ ନାହିଁ। ଏହା ବ୍ୟତୀତ ତାଙ୍କୁ କୌଣସି ଘରୋଇ ଟିଭି ଚ୍ୟାନେଲରେ ଦେଖିବାକୁ ମିଳିବ ନାହିଁ, କାରଣ ଏହା ପୂର୍ବରୁ ତାଙ୍କୁ ଅନେକ ମ୍ୟାଚ୍ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଥିଲା।
’ଅତି ଅତି ସ୍ପେଶାଲ’ ଭାବରେ ଜଣାଶୁଣା ଲକ୍ଷ୍ମଣ ତାଙ୍କ କ୍ୟାରିୟରରେ ୧୩୪ ଟେଷ୍ଟ ଏବଂ ୮୬ ଦିନିକିଆ ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ୧୭ ଶତକ ଏବଂ ୫୬ ଅର୍ଦ୍ଧଶତକ ସହାୟତାରେ ଟେଷ୍ଟରେ ମୋଟ ୮୭୮୧ ରନ କରିଛନ୍ତି। ଏହା ବ୍ୟତୀତ ସେ ଦିନିକିଆରେ ୬ ଶତକ ଏବଂ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ମୋଟ ୨୩୩୮ ରନ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ନାମରେ ୧୯୭୩୦ ରନ ଅଛି। ଏଥିରେ ୫୫ ଶତକ ସାମିଲ ଅଛି।

Share