Posted inଜାତୀୟ

ଇଣ୍ଡିଆରେ ମାୟାବତୀଙ୍କ ପାଇଁ ଲକ୍ଷ୍ମଣ ରେଖା: ବିଏସପିକୁ ମିଶାଇଲେ ଏସପି ସହିତ ଏସବୁ ଦଳ ଯିବେ ବାହାରି…

ନୂଆଦିଲ୍ଲୀ,୨୩।୧୨ : ଦେଶରେ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର ନିର୍ବାଚନରେ କେବଳ ଦୁଇ ମିଳିତ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମଟି ହେଉଛି ଏନଡିଏ ଏବଂ ଦ୍ୱିତୀୟଟି ହେଉଛି ଇଣ୍ଡିଆ। କିଛି ଦଳକୁ ଛାଡିଦେଲେ ଅଧିକାଂଶ ଆଞ୍ଚଳିକ ଦଳ ଏନଡିଏ କିମ୍ବା ଇଣ୍ଡିଆ ସହିତ ଅଛନ୍ତି। ଦେଶରେ ସର୍ବାଧିକ ଲୋକସଭା ଆସନ ରହିଛି ଉତ୍ତରପ୍ରଦେଶ ଏବଂ ମିଳିତ ମେଣ୍ଟ ନେଇ ସ୍ଥିତି ଅଡୁଆରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେଏସପି ଏବଂ ବିଏସପିର ରାସ୍ତା ଅଲଗା ଦେଖାଯାଉଛି। ଇଣ୍ଡିଆରେ ମାୟାବତୀଙ୍କ ବିସଏପି ପାଇଁ ଲକ୍ଷ୍ମଣ ରେଖା ଟଣାଯାଇଛି। ଯଦି ବିଏସପି ଇଣ୍ଡିଆରେ ଯୋଗ ଦିଏ ତେବେ ଏସପି ସହ ବହୁ ଦଳ ମେଣ୍ଟରୁ ବାହାରି ଯିବେ।

ଅଖିଳେଶ ଯାଦବଙ୍କ ପାର୍ଟି ଏସପି ପ୍ରଥମ ଦିନରୁ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇଛି। କିନ୍ତୁ ଲକ୍ଷ୍ମଣ ରେଖା ମାୟାବତୀଙ୍କ ପାଇଁ ମିଳିତ ମେଣ୍ଟରେ ଅଙ୍କିତ ହୋଇଛି। ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଏସପି ଇଣ୍ଡିଆରେ ଯୋଗଦେବା ନେଇ ଜାରି ରହିଥିବା କଳ୍ପନାଜଳ୍ପନାକୁ ବିରୋଧ କରିଛନ୍ତି। ସୂତ୍ରରୁ ପ୍ରକାଶ ବିଏସପିର ଯୋଗଦେବାକୁ ବିରୋଧ କରୁଥିବା ଆରଏଲଡିର ଜୟନ୍ତ ଚୌଧୁରୀ ମଧ୍ୟ ଏହି ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କ ସହ ଯୋଗ ଦେଇଛନ୍ତି।

ମାୟାବତୀ ଉତ୍ତରପ୍ରଦେଶର ଦଲିତ ସମ୍ପ୍ରଦାୟର ସବୁଠାରୁ ବଡ ନେତା। ମାୟାବତୀଙ୍କ ବିନା, ୟୁପିର ୨୧-୨୨ ପ୍ରତିଶତ ଭୋଟରଙ୍କୁ ଆକର୍ଷିତ କରିବା ସମ୍ଭବ ନୁହେଁ। ଖବର ଅନୁସାରେ କଂଗ୍ରେସ ମାୟାବତୀଙ୍କ ସହ ଯୋଗାଯୋଗ କରିଛି। କଂଗ୍ରେସ ଚାହୁଁଛି ବିଏସପି ମଧ୍ୟ ଇଣ୍ଡିଆରେ ଯୋଗ ଦେଉ। ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ମିଳିତ ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମୟରେ ଅଖିଳେଶ ଯାଦବ ବିଏସପି ସମ୍ପର୍କରେ କଂଗ୍ରେସକୁ କଠୋର ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ଯଦି ବିଏସପି ଯୋଗ ଦିଏ ତା’ହେଲେ ସେମାନଙ୍କ ଦଳର ରାସ୍ତା ଭିନ୍ନ ହୋଇପାରେ।

ଏହା ପରେ ବିଏସପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ସାମ୍ନାକୁ ଆସି ଇଣ୍ଡିଆ ବିଷୟରେ କହିଛନ୍ତି ଯେ ବିନା କାରଣରେ କୌଣସି ଦଳ ଉପରେ ନକାରାତ୍ମକ ମନ୍ତବ୍ୟ ଦେବା ଉଚିତ ନୁହେଁ। ଭବିଷ୍ୟତରେ କିଏ କାହା ପାଇଁ ଉପଯୋଗୀ ହେବ ତାହା କୁହାଯାଇପାରିବ ନାହିଁ। ସେହି ସମୟରେ ଏପରି ଲୋକ ଏବଂ ଏପରି ପାର୍ଟିକୁ ଲଜ୍ଜିତ ହେବାକୁ ପଡ଼ିବ। ମାୟାବତୀଙ୍କ ଏହି ବିବୃତ୍ତି ଏସପି ପାଇଁ ଥିଲା। ଏହା ପରେ ଅଖିଳେଶ ଯାଦବ ବିଏସପି ବିଷୟରେ କହିଥିଲେ ଏସପି ନିଜର ଆଭିମୁଖ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri