Categories: ଜାତୀୟ

ଚାଷୀଙ୍କ ଦୁଃଖ ଦେଖି ନ ପାରି ଆତ୍ମହତ୍ୟା କଲେ ଓକିଲ

ନୂଆଦିଲ୍ଲୀ,୨୭।୧୨: ନୂଆ କୃଷି ଆଇନ ବିରୋଧରେ ସିଙ୍ଘୁ ସୀମାରେ ଦୀର୍ଘ ଏକ ମାସ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ତିବ୍ରତର ହେବାରେ ଲାଗିଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପୁଣି ଜଣେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ଜଣେ ଓକିଲ ଚାଷୀ ଆନ୍ଦୋଳନ କରୁଥିବା ସ୍ଥାନରୁ କିଛି ଦୂରରେ ଆତ୍ମହତ୍ୟା କରଛନ୍ତି। ମୃତକଙ୍କ ନାମ ଅମରଜିତ୍‌ ସିଂ। ସେ ପଞ୍ଜାବର ଫାଜିଲକା ଜିଲ୍ଲାର ବାସିନ୍ଦା।

ଅମରଜିତ୍‌ ପେସାରେ ଜଣେ ଓକିଲ। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତୁରନ୍ତ ତାଙ୍କୁ ରୋହତକର ଡାକ୍ତରଖାନାକୁ ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଚିଠିରେ ନିଜ ମୃତ୍ୟୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଚିଠିରେ ଲେଖାଯାଇଛି ଯେ, କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି, ଯାହା ଦ୍ବାରା ସରକାର ଚାଷୀଙ୍କ ଦାବି ଶୁଣିବାକୁ ବାଧ୍ୟ ହେବେ। ଅମରଜିତଙ୍କ ପୂର୍ବରୁ ଅନ୍ୟ ଦୁଇ ଜଣ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିଥିଲେ।

Share