ଆଇନଜୀବୀଙ୍କୁ ଏସିଡ୍‌ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ

ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଡି. ଭେଙ୍କେଟ ରାଓ ଏବଂ ଡି. ସତୀଶ। ଭେଙ୍କେଟ ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସତୀଶ ଓ ଅନ୍ୟ ଜଣେ ତାଙ୍କଠାରୁ ସୁପାରି ନେଇ ରାମା ରାଓଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଏକ ଖବରଦାତା ସମ୍ମିଳନୀରେ ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଖବରରୁ ଜଣାପଡିିଛି, ଘଟଣାର ଷଡ଼ଯନ୍ତ୍ରକାରୀ ଭେଙ୍କେଟ ପୁରୁଣାପାଟଣା ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବାବେଳେ ପାରଳାଖେମୁଣ୍ଡିର ଜଣେ ବସ୍‌ ମାଲିକ ଇଞ୍ଜା ଭେଙ୍କେଟ ରାମଣାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ସେହି ସମୟରେ ଭେଙ୍କେଟ ୨୦୦୫ରେ ରାମଣାଙ୍କୁ ବାର ଓ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଭାବେ ୩୧ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ପରବର୍ତ୍ତୀ ସମୟରେ ରାମଣା ଏହି ଋଣ ଶୁଝି ପାରି ନ ଥିଲେ।

ଭେଙ୍କେଟ ନିଜ ଟଙ୍କା ପାଇବା ପାଇଁ ରାମଣାଙ୍କ ନାମରେ ଷ୍ଟେଟ ବ୍ୟାଙ୍କରୁ ୫୫ ଲକ୍ଷ ଟଙ୍କା ଲୋନ୍‌ କରାଇ ଦେଇଥିଲେ। ମାତ୍ର ସେ ତାଙ୍କଠାରୁ ନେଇଥିବା ୩୧ ଲକ୍ଷ ମୂଳଟଙ୍କା ନ ଦେଇ କେବଳ ସୁଧ ଦେଇ ଆସୁଥିଲେ। ଫଳରେ ନିଜ ମୂଳ ଟଙ୍କା ନ ପାଇବା ଏବଂ ୩୧ ଲକ୍ଷ ଟଙ୍କା ଦେବାବେଳେ ମଧ୍ୟସ୍ଥ ଥିବା ଆଇନଜୀବୀ ରାମା ରାଓଙ୍କ ପାଖରେ ଏହି ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସିକ୍ୟୁରିଟି ଆକାରରେ ରାମଣା ସେତେବେଳେ ଦେଇଥିବା ଚେକ୍‌ ଆଦି ଥିଲା। ଏହାକୁ ନେଇ ଆଇନଗତ ପଦକ୍ଷେପ ନେବାକୁ ଭେଙ୍କେଟ ରାମାରାଓଙ୍କୁ ସେସବୁ କାଗଜପତ୍ର ବାରମ୍ବାର ମାଗିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଫଳରେ ସେ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଏସିଡ୍‌ ମାଡ ଯୋଜନା କରିଥିଲେ। ଦୁଇଜଣଙ୍କୁ ୨ ଲକ୍ଷ ଟଙ୍କା ସୁପାରି ଦେବାକୁ ତୁଟାଇ ପ୍ରଥମେ ଅଗ୍ରୀମ ଆକାରରେ ୧ ଲକ୍ଷ ଟଙ୍କା ଭେଙ୍କେଟ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁପାରି ନେଇଥିବା ସତୀଶଙ୍କ ସହ ଅନ୍ୟ ଜଣେ ପାରଳାଖେମୁଣ୍ଡିରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିୟର ପିଇ ପରେ ବିୟର କେନରେ ଏସିଡ୍‌ ରଖି ଆଇନଜୀବୀ ରାମାରାଓଙ୍କ ଘରକୁ ଯାଇଥିଲେ। ପାର୍ସଲ ଦେବା ଆଳରେ ତାଙ୍କ ଘର କବାଟ ପିଟି ଡାକିଥିଲେ। ରାମାରାଓ କବାଟ ଖୋଲିବା ମାତ୍ରେ ତାଙ୍କ ମୁହଁକୁ ଏସିଡ ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ରାମାରାଓ ବିଶାଖାପଟଣାରେ ଚିକିତ୍ସାଧୀନ ଥିବା ଏସ୍‌ପି କହିଛନ୍ତି। ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଏବଂ ଉକ୍ତ ଅର୍ଥ କାରବାରରେ ଲିପ୍ତ ଥିବା ବସ୍‌ ମାଲିକଙ୍କ ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ତା’ର ତଦନ୍ତ ଜାରି ରଖିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri