ଆଇନଜୀବୀଙ୍କୁ ଏସିଡ୍‌ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ

ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି। ସେମାନେ ହେଲେ ଜଣେ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଡି. ଭେଙ୍କେଟ ରାଓ ଏବଂ ଡି. ସତୀଶ। ଭେଙ୍କେଟ ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ସତୀଶ ଓ ଅନ୍ୟ ଜଣେ ତାଙ୍କଠାରୁ ସୁପାରି ନେଇ ରାମା ରାଓଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଏକ ଖବରଦାତା ସମ୍ମିଳନୀରେ ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଖବରରୁ ଜଣାପଡିିଛି, ଘଟଣାର ଷଡ଼ଯନ୍ତ୍ରକାରୀ ଭେଙ୍କେଟ ପୁରୁଣାପାଟଣା ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବାବେଳେ ପାରଳାଖେମୁଣ୍ଡିର ଜଣେ ବସ୍‌ ମାଲିକ ଇଞ୍ଜା ଭେଙ୍କେଟ ରାମଣାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ସେହି ସମୟରେ ଭେଙ୍କେଟ ୨୦୦୫ରେ ରାମଣାଙ୍କୁ ବାର ଓ ରେଷ୍ଟୁରାଣ୍ଟ କରିବା ପାଇଁ ବ୍ୟକ୍ତିଗତ ଭାବେ ୩୧ ଲକ୍ଷ ଟଙ୍କା ଋଣ ଆକାରରେ ଦେଇଥିଲେ। ପରବର୍ତ୍ତୀ ସମୟରେ ରାମଣା ଏହି ଋଣ ଶୁଝି ପାରି ନ ଥିଲେ।

ଭେଙ୍କେଟ ନିଜ ଟଙ୍କା ପାଇବା ପାଇଁ ରାମଣାଙ୍କ ନାମରେ ଷ୍ଟେଟ ବ୍ୟାଙ୍କରୁ ୫୫ ଲକ୍ଷ ଟଙ୍କା ଲୋନ୍‌ କରାଇ ଦେଇଥିଲେ। ମାତ୍ର ସେ ତାଙ୍କଠାରୁ ନେଇଥିବା ୩୧ ଲକ୍ଷ ମୂଳଟଙ୍କା ନ ଦେଇ କେବଳ ସୁଧ ଦେଇ ଆସୁଥିଲେ। ଫଳରେ ନିଜ ମୂଳ ଟଙ୍କା ନ ପାଇବା ଏବଂ ୩୧ ଲକ୍ଷ ଟଙ୍କା ଦେବାବେଳେ ମଧ୍ୟସ୍ଥ ଥିବା ଆଇନଜୀବୀ ରାମା ରାଓଙ୍କ ପାଖରେ ଏହି ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ସିକ୍ୟୁରିଟି ଆକାରରେ ରାମଣା ସେତେବେଳେ ଦେଇଥିବା ଚେକ୍‌ ଆଦି ଥିଲା। ଏହାକୁ ନେଇ ଆଇନଗତ ପଦକ୍ଷେପ ନେବାକୁ ଭେଙ୍କେଟ ରାମାରାଓଙ୍କୁ ସେସବୁ କାଗଜପତ୍ର ବାରମ୍ବାର ମାଗିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଫଳରେ ସେ ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଏସିଡ୍‌ ମାଡ ଯୋଜନା କରିଥିଲେ। ଦୁଇଜଣଙ୍କୁ ୨ ଲକ୍ଷ ଟଙ୍କା ସୁପାରି ଦେବାକୁ ତୁଟାଇ ପ୍ରଥମେ ଅଗ୍ରୀମ ଆକାରରେ ୧ ଲକ୍ଷ ଟଙ୍କା ଭେଙ୍କେଟ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁପାରି ନେଇଥିବା ସତୀଶଙ୍କ ସହ ଅନ୍ୟ ଜଣେ ପାରଳାଖେମୁଣ୍ଡିରେ ପହଞ୍ଚି ନିକଟସ୍ଥ ଏକ ମଦ ଦୋକାନରେ ବିୟର ପିଇ ପରେ ବିୟର କେନରେ ଏସିଡ୍‌ ରଖି ଆଇନଜୀବୀ ରାମାରାଓଙ୍କ ଘରକୁ ଯାଇଥିଲେ। ପାର୍ସଲ ଦେବା ଆଳରେ ତାଙ୍କ ଘର କବାଟ ପିଟି ଡାକିଥିଲେ। ରାମାରାଓ କବାଟ ଖୋଲିବା ମାତ୍ରେ ତାଙ୍କ ମୁହଁକୁ ଏସିଡ ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ରାମାରାଓ ବିଶାଖାପଟଣାରେ ଚିକିତ୍ସାଧୀନ ଥିବା ଏସ୍‌ପି କହିଛନ୍ତି। ଏହି ଘଟଣାରେ ଅନ୍ୟ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ଏବଂ ଉକ୍ତ ଅର୍ଥ କାରବାରରେ ଲିପ୍ତ ଥିବା ବସ୍‌ ମାଲିକଙ୍କ ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ତା’ର ତଦନ୍ତ ଜାରି ରଖିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri