ଘର ପୋଛିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିବା ସହ ଘର ମଧ୍ୟ ପୋଛିଥାଉ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଘର ପୋଛିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି …
* ବ୍ରାହ୍ମ ମୂହୁର୍ତ୍ତରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ, ଆପଣଙ୍କୁ ଯେତେବେଳେ ସୁବିଧା ସେତେବେଳେ ଘର ପୋଛି ପାରିବେ। କିନ୍ତୁ ଭୁଲ୍‌ରେ ବି ସନ୍ଧ୍ୟା ଦେବା ପରେ କିମ୍ବା ରାତିରେ ଘର ପୋଛିବେ ନାହିଁ। ଏହା ଘର ପାଇଁ ବିପଦ ଆଣିଥାଏ ବୋଲି ବିଶ୍ୱାସ ରହିଛି।
* ସେହିପରି ଘରର କୌଣସି ସଦସ୍ୟ କାମରେ ବାହାରି ଯିବା ପରେ ସଙ୍ଗେସଙ୍ଗେ ଘରେ ଝାଡ଼ୁ କରି ପୋଛିବା ଆଦୌ ଉଚିତ୍‌ ନୁହେଁ। ଏହଦ୍ୱାରା ବ୍ୟକ୍ତିଙ୍କର କର୍ମରେ ବାଧା ଉପୁଜିବାର ସମ୍ଭାବନା ଥାଏ ବୋଲି କୁହାଯାଏ।
* ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ସେଥିରେ ଘର ପୋଛିଲେ ଘରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
* ସପ୍ତାହକ ସାତ ଦିନ ଯଦି ଘର ପୋଛି ପାରୁ ନାହାନ୍ତି, ତା’ହେଲେ ସୋମବାର, ଗୁରୁବାର ଓ ଶନିବାର ଘର ପୋଛିବାକୁ ଚେଷ୍ଟା କରନ୍ତୁ। କାରଣ ଏହି ତିନିଦିନ ଘର ପୋଛିଲେ ମାତା ଲକ୍ଷ୍ମୀଙ୍କ ସହିତ ଶନି ଦେବ ଖୁସି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।
* ଘର ପୋଛିବା ସମୟରେ ମନକୁ ସବୁବେଳେ ଖୁସି ଖୁସି ରଖିବା ଦରକାର। ଉଦାସ ମନରେ ଘର ପୋଛିଲେ ଏହାର କୁପ୍ରଭାବ ଘରର ସୁଖଶାନ୍ତି ଓ ପରିବାର ଲୋକଙ୍କ ଉପରେ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।