Posted inଜାତୀୟ

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି

ନୂଆଦିଲ୍ଲୀ,୬।୭: ଦେଶରେ ହତ୍ୟା ଭଳି ସଙ୍ଗିନ ଅପରାଧ ସହ ଜଡିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ବିରୋଧରେ ଏଜେନ୍ସି ଆକ୍ସନ ନେବାରେ ଲାଗିଛି। ଏବେ ଇଣ୍ଟରପୋଲ ଲରେନ୍ସ ବିଶ୍ନୋଇ ଗ୍ୟାଙ୍କର ୨ ସହଯୋଗୀଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି ହୋଇଛିି, ଯେଉଁମାନେ ବିଦେଶରୁ ଏହି ଗ୍ୟାଙ୍ଗ ଚଳାଉଛନ୍ତି। ଏଜେନ୍ସିର ସୂଚନା ଅନୁଯାୟୀ ଏହି ଉଭୟ ଗ୍ୟାଙ୍ଗଷ୍ଟର ଭାରତ ଛାଡି ଚାଲିଯାଇତିବା ବେଳେ ବିଦେଶରେ ବସି ବିଷଶ୍ନାଇଙ୍କ ନେଟଓ୍ବର୍କ ଚଲାଉଛନ୍ତି। ଭାରତରେ ଏହି ଦୁଇଜଣଙ୍କ ବିରୋଧରେ ଅନେକ ପ୍ରକାରର ମାମଲା ରୁଜୁ ହୋଇଛି, ଯାହା ପରେ ପୋଲିସ ସେମାନଙ୍କୁ ଖୋଜୁଥିଲା।
ଯାଞ୍ଚ ଏଜେନ୍ସିର ସୂଚନା ଅନୁଯାୟୀ ବିକ୍ରମଜିତ ସିଂ ଓରଫ ବିକ୍ରମ ବରାଡ ଦୁବାଇରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କିସାନ ମୋର୍ଚ୍ଚା ନେତାଙ୍କ ହତ୍ୟାରେ କପିଲ ସାଙ୍ଗୱାନଙ୍କ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଯେ ସେ ବ୍ରିଟେନରେ ଲୁଚି ରହିଛନ୍ତି। ଏହି ଦୁଇଟି ଦେଶରେ ଭାରତୀୟ ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି। ବଶ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ଚାଲିଥିବା ଅଧିକାଂଶ ମାମଲା ବର୍ତ୍ତମାନ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ ବିଶ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗର ଆଇଏସଆଇ ଏବଂ ଖାଲିସ୍ତାନୀ କଟ୍ଟରପନ୍ଥୀଙ୍କ ସହ ସମ୍ପର୍କ ରହିଛି।
ସୂଚନାଯୋଗ୍ୟ, ଥରେ ଇଣ୍ଟରପୋଲ ଏକ ରେଡ ନୋଟିସ ଜାରି କଲା ପରେ ଦେଶରେ ପଳାତକଙ୍କୁ ଅଟକ ରଖିବା ଆବଶ୍ୟକ ଏବଂ ଏହାର ସଦସ୍ୟ ଥିବା ଦେଶକୁ ତୁରନ୍ତ ରେଡ କର୍ଣ୍ଣର ନୋଟିସ ଜାରି କରିବା ଆବଶ୍ୟକ। ଏହା ପରେ ଅଭିଯୁକ୍ତଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri