ପୋଲିସ ସହ ଆଇନ ବିଦ୍ୟାର୍ଥୀଙ୍କ ବୃତ୍ତିଗତ ସମ୍ପର୍କ ଆରମ୍ଭ: ଡିଜିପି

କଟକ ଅଫିସ,୧୯ା୧୧: ଓଡ଼ିଶା ପୋଲିସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡିଜିପି ସୁନୀଲ ବଂଶଲ ଯୋଗଦେଇ ଏହି ଏମ୍‌ଓୟୁ ଏକ ଅନନ୍ୟ କାର୍ଯ୍ୟକ୍ରମ ଓ ଏହା ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଥିଲେ। ଏଥିରେ ଏନ୍‌ଏଲ୍‌ୟୁର ଛାତ୍ର ଓ ପୋଲିସ ବିଭାଗ ଉପକୃତ ହେବେ। ଏହାଦ୍ୱାରା ପୋଲିସ ସହ ଆଇନ ବିଦ୍ୟାର୍ଥୀଙ୍କ ବୃତ୍ତିଗତ ସମ୍ପର୍କ ଆରମ୍ଭ ହେଲା ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ବେଦ୍‌ କୁମାରୀ ପୋଲିସ ବିଭାଗ ସହ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏକତ୍ର କାମ କରିବାରେ ଏମ୍‌ଓୟୁକୁ ଏକ ଭିତ୍ତିସ୍ତମ୍ଭ ଭାବେ ବର୍ଣ୍ଣନା କରିଥିଲେ।
ପୋଲିସ ମୁଖ୍ୟାଳୟର ଆଇପିଏସ୍‌ ମେସ୍‌ର ଆର. କେ. ପାଢ଼ୀ ମେମୋରିଆଲ ହଲ୍‌ରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ପକ୍ଷରୁ କ୍ରାଇମବ୍ରାଞ୍ଚ (ଆଇଜି) ଅମିତେନ୍ଦ୍ର ନାଥ ସିହ୍ନା ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ପ୍ରଫେସର ରଙ୍ଗିଣ ପଲ୍ଲବ ତ୍ରିପାଠୀ ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ। ଏଥିରେ ଡିଜିପି ବଂଶଲ ଓ ବିଶ୍ୱବିଦ୍ୟାଳୟ କୁଳପତି ଉପସ୍ଥିତ ଥିଲେ।
ଏହି ଏମ୍‌ଓୟୁ ସ୍ବାକ୍ଷରିତ ହେବା ପରେ ଓଡ଼ିଶା ପୋଲିସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ନୂତନ ବୃତ୍ତିଗତ ସମ୍ପର୍କ ଆରମ୍ଭ ହୋଇଛି, ଯାହାକି ପାରସ୍ପରିକ ସହଯୋଗ ଓ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ପୋଲିସ-ଏକାଡେମିଆ ଇଣ୍ଟରାକ୍ସନ ଫୋରମ ନାମରେ ଏକ ଆନୁଷ୍ଠାନିକ କୌଶଳ ସୃଷ୍ଟି କରାଯାଇଛି। ଯଦ୍ଦ୍ବାରା ଶେଷବର୍ଷ ଆଇନ ବିଦ୍ୟାର୍ଥୀମାନେ ଆଇନଗତ ମାମଲାରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ସେହିପରି ତଦନ୍ତକାରୀ ଅଧିକାରୀମାନେ ସେମାନଙ୍କର ଆଇନ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ସହ ନିକଟରେ ପ୍ରକାଶ ପାଇଥିବା ଅଦାଲତ ରାୟକୁ ମଧ୍ୟ ଆଲୋଚନା ପରିସରଭୁକ୍ତ କରିବେ। ଏଥିସହ ନିୟମିତ ଭାବେ ଶୈକ୍ଷିକ ସମ୍ମିଳନୀ, କର୍ମଶାଳା, ଆଲୋଚନାଚକ୍ର ମାଧ୍ୟମରେ ତଦନ୍ତ ପ୍ରକ୍ରିୟା, ଟ୍ରାଏଲ ମନିଟରିଂ, ସହଯୋଗିତା ଓ ଜିଲା ପ୍ରସିକ୍ୟୁସନ ସେଲ ଆଦି ଉପରେ ଜ୍ଞାନବୃଦ୍ଧି କରାଇବା ଏମ୍‌ଓୟୁର ଉଦ୍ଦେଶ୍ୟ। ବିଶ୍ୱବିଦ୍ୟାଳୟର ଶେଷବର୍ଷ ବିଦ୍ୟାର୍ଥୀମାନେ ଇଣ୍ଟର୍ନଶିପ୍‌ ପାଇଁ ପୋଲିସ ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରି କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍‌, ପୋଲିସ ଟ୍ରେନିଂ ଇନଷ୍ଟିଚ୍ୟୁସନ, ଷ୍ଟେଟ ଫୋରେନସିକ୍‌ ସାଇନ୍ସ ଲାବରେଟୋରି, କାରାଗାର, ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଆଦି ବାବଦରେ ଜ୍ଞାନ ହାସଲ କରିବେ ବୋଲି ସୂଚନା ମିଳିଛି।
ଅତିରିକ୍ତ ଡିଜିପି (କ୍ରାଇମ) ଅରୁଣ ବୋଥ୍ରା ସ୍ବାଗତ ଭାଷଣ ଓ କ୍ରାଇମବ୍ରାଞ୍ଚ ଆଇଜିପି ଶେଫିନ ଅହମ୍ମଦ କେ. ଧନ୍ୟବାଦ ଦେଇଥିଲେ। ଏସ୍‌.ଏମ. ନର୍ଭଣେ, ଅରୁଣ କୁମାର ଷଡ଼ଙ୍ଗୀ, ବିନୟତୋଷ ମିଶ୍ର, ଓ୍ବାଇ. କେ. ଜେଠଓ୍ବା, ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?