ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଅଭିଯୁକ୍ତ ଜଣକ ସାଥୀ ଛାତ୍ର ବୋଲି ଜଣାପଡିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସାଥୀ ଛାତ୍ର ଜଣକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଞ୍ଜାବରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଯୋଗ୍ୟ, ମୃତ ଛାତ୍ରୀ ଏବଂ ଗୁଳି କରିଥିବା ଛାତ୍ର ଉଭୟ ପ୍ରଥମ ସେମିଷ୍ଟରରେ ପଢ଼ୁଥିଲେ। ଅନ୍ୟପକ୍ଷେ ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ।

