ଯୌତୁକ ନିରାକରଣ ଉପରେ ଆଇନ ସଚେତନ

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଯୌତୁକ ନିରାକରଣ  ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଅଧ୍ୟକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚରାପତି  ଦିପ୍ତା ସେଠ ଅଧ୍ୟକ୍ଷତାରେ  ସୋମବାର  ଏହା ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସରକାରୀ  ଓକିଲ  ସନ୍ତୋଷ କୁମାର ଦାଶଙ୍କ ସମେତ ସମସ୍ତ ଆଇନଜୀବୀ ଓ ଅଦାଲତର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
Dharitri – Odisha’s No.1 Odia Daily

Share