Posted inଜାତୀୟ

କଲେଜିୟମ ଉପରେ ଆଇନମନ୍ତ୍ରୀଙ୍କ ପ୍ରଶ୍ନ, ବିଚାରପତିଙ୍କୁ ନିଯୁକ୍ତ କରିବା ସରକାରଙ୍କ କାମ…

ଅହମଦାବାଦ,୧୮।୧୦ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କଲେଜିୟମ ବ୍ୟବସ୍ଥାରେ ଦେଶର ଲୋକମାନେ ଖୁସି ନୁହଁନ୍ତି ଏବଂ ସମ୍ବିଧାନ ଅନୁଯାୟୀ ବିଚାରପତି ନିଯୁକ୍ତ କରିବା ସରକାରଙ୍କ କାମ। ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ଦ୍ୱାରା ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଜିଜୁ କହିଛନ୍ତି ଯେ ବିଚାରପତିମାନେ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନେବାରେ ବ୍ୟସ୍ତ ରହୁଛନ୍ତି। ଯେଉଁଥିପାଇଁ ନ୍ୟାୟ ପ୍ରଦାନ କରିବା ଭଳି ସେମାନଙ୍କର ପ୍ରାଥମିକ କାର୍ଯ୍ୟ ପ୍ରଭାବିତ ହେଉଛି।

ଗତ ମାସରେ ଉଦୟପୁରରେ ଅନୁଷ୍ଠିତ ଏକ ସମ୍ମିଳନୀରେ ସେ କହିଥିଲେ ଯେ ସୁପ୍ରିମକୋର୍ଟରେ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି।

ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଏକ ପ୍ରଶ୍ନର ଉତ୍ତରରେ ରିଜିଜୁ କହିଛନ୍ତି, ୧୯୯୩ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ବିଚାରପତି ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ଆଇନ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ହେଉଥିଲେ। ସେତେବେଳେ ଆମର ବହୁ ବିଶିଷ୍ଟ ବିଚାରପତି ଥିଲେ। ସମ୍ବିଧାନରେ ଏହା ସ୍ପଷ୍ଟ ହୋଇଛି ଯେ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତ କରିବେ, ଅର୍ଥାତ ଆଇନ ମନ୍ତ୍ରଣାଳୟ ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶ କ୍ରମେ ବିଚାରପତିମାନଙ୍କୁ ନିଯୁକ୍ତ କରିବେ।

ସୁପ୍ରିମକୋର୍ଟ କଲେଜିୟମ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ। କଲେଜିୟମର ସୁପାରିଶକୁ ନେଇ ସରକାର ଆପତ୍ତି ଉଠାଇ ପାରନ୍ତି କିମ୍ବା ସ୍ପଷ୍ଟୀକରଣ ମାଗିପାରନ୍ତି, ଯଦି ପାଞ୍ଚ ସଦସ୍ୟ ବିଶିଷ୍ଟ ସଂସ୍ଥା ଏହାକୁ ଦୋହରାନ୍ତି ତେବେ ନାମଗୁଡିକର ଅନୁମୋଦନ ପ୍ରକ୍ରିୟା ବାଧ୍ୟତାମୂଳକ ହୋଇଥାଏ।
ସେ କହିଛନ୍ତି, ଦେଶର ଆଇନ ମନ୍ତ୍ରୀ ହୋଇ ମୁଁ ଦେଖିଛି ଯେ ପରବର୍ତ୍ତୀ ବିଚାରପତି କିଏ ହେବ ତାହା ସ୍ଥିର କରିବାକୁ ବିଚାରପତିଙ୍କ ଅଧା ସମୟ ଏବଂ ମନ ଉତ୍ସର୍ଗୀକୃତ ରହୁଛି।

ରିଜିଜୁ କହିଛନ୍ତି ଯେ ଯେପରି ଗଣମାଧ୍ୟମ ଉପରେ ନଜର ରଖିବା ପାଇଁ ଭାରତର ପ୍ରେସ କାଉନସିଲ ଅଛି, ସେହିଭଳି ନ୍ୟାୟପାଳିକା ଉପରେ ନଜର ରଖିବାର ବ୍ୟବସ୍ଥା ରହିବା ଉଚିତ ଏବଂ ଯଦି ନ୍ୟାୟପାଳିକା ନିଜେ ପଦକ୍ଷେପ ନିଅନ୍ତି ତେବେ ଏହା ଦେଶ ପାଇଁ ଭଲ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରରେ କାର୍ଯ୍ୟନିର୍ବାହୀ ଉପରେ ନଜର ରଖିବାର ଏକ ବ୍ୟବସ୍ଥା ଅଛି। କିନ୍ତୁ ନ୍ୟାୟପାଳିକା ମଧ୍ୟରେ ସେପରି କୌଣସି ପ୍ରଣାଳୀ ନାହିଁ। ସେ କହିଛନ୍ତି ଯେ ବିଚାରପତି ଚୟନ ପ୍ରକ୍ରିୟାରେ ବେଳେବେଳେ ଦଳଗତତା ମଧ୍ୟ ରହିଥାଏ ଏବଂ ଏହା ଅତ୍ୟନ୍ତ ଜଟିଳ ଏବଂ ସ୍ବଚ୍ଛ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri