ଜାତୀୟ ରିପୋର୍ଟକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ କେବଳ ଭୁବନେଶ୍ୱର ନୁହଁ, ମହିଳାଙ୍କ ପାଇଁ ଆଜି ସାରା ଓଡ଼ିଶା…

ଭୁବନେଶ୍ୱର,୨୯ା୮: ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା।

ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ।  ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସର୍ଭେରେ ମହିଳାମାନଙ୍କ ପାଇଁ ଦେଶର ସବୁଠୁ ନିରାପଦ ସହର ମଧ୍ୟରେ ଭୁବନେଶ୍ୱର ସମେତ କୋହିମା, ବିଶାଖାପଟଣା, ଐଜଓ୍ବଲ, ଗାଙ୍ଗ୍‌ଟକ୍‌, ଇଟାନଗର ଏବଂ ମୁମ୍ବାଇ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ସବୁଠୁ ନିମ୍ନ ର଼୍ୟାଙ୍କରେ ରହିଥିବା ଜାତୀୟ ମହିଳା ସୁରକ୍ଷା ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ (ଏନ୍‌ଏଆର୍‌ଆଇ) ୨୦୨୫ରୁ ଜଣାପଡ଼ିଛି।

ଭୁବନେଶ୍ୱର, କୋହିମା ଓ ଶୀର୍ଷ ର଼୍ୟାଙ୍କ୍‌ରେ ଥିବା ଅନ୍ୟ ସହରଗୁଡ଼ିକରେ ଲିଙ୍ଗଗତ ସମାନତା, ନାଗରିକ ଅଂଶଗ୍ରହଣ, ନୀତି ନିର୍ଦ୍ଧାଣ, ମହିଳା ଅନୁକୂଳ ଭିତ୍ତିଭୂମିରେ ସୁଦୃଢ଼ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର ଭଳି ସହର ଦୁର୍ବଳ ଆନୁଷ୍ଠାନିକ ଉତ୍ତରଦାୟିତ୍ୱ, ପିତୃସତ୍ତାତ୍ମକ ମାନଦଣ୍ଡ ଏବଂ ସହରାଞ୍ଚଳ ଭିତ୍ତିଭୂମିରେ ପାର୍ଥକ୍ୟ ଯୋଗୁ ଖରାପ ର଼୍ୟାଙ୍କ୍‌ରେ ରହିଛନ୍ତି।
ସର୍ଭେରେ ଭାଗନେଇଥିବା ପ୍ରତି ୧୦ ମହିଳାଙ୍କ ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ ସୁରକ୍ଷିତ ଅନୁଭବ କରୁଥିବା କହିଥିବାବେଳେ ୪୦% ସେତେଟା ସୁରକ୍ଷିତ ନୁହନ୍ତି କିମ୍ବା ଅସୁରକ୍ଷିତ ମଣୁଥିବା ମତ ରଖିଥିଲେ। ରାତିରେ ସୁରକ୍ଷାକୁ ନେଇ ରହିଥିବା ଧାରଣାରେ ତୀବ୍ର ହ୍ରାସ ଦେଖାଦେଇଛି। ବିଶେଷ କରି ସର୍ବସାଧାରଣ ପରିବହନ ଏବଂ ମନୋରଞ୍ଜନ ସ୍ଥଳରେ ସେମାନେ ସର୍ବାଧିକ ଅସୁରକ୍ଷିତ ବୋଲି ବିବେଚନା କରୁଛନ୍ତି। ଦିନବେଳା ଶିକ୍ଷାନୁଷ୍ଠାନଗୁଡ଼ିକ ୮୬% ସୁରକ୍ଷିତ ବୋଲି ମତ ପ୍ରକାଶ ପାଇଥିବାବେଳେ ରାତିରେ କିମ୍ବା କ୍ୟାମ୍ପସ୍‌ ବାହାରେ ସୁରକ୍ଷାଗତ ଧାରଣା ଯଥେଷ୍ଟ ହ୍ରାସ ପାଇଛି। ନିରାପଦ ସମ୍ପର୍କିତ ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଶ୍ୱାସ ଥିବା ମାତ୍ର ଏକ-ଚତୁର୍ଥାଂଶ ମହିଳା କହିଛନ୍ତି। ବର୍ତ୍ତମାନ ସୁରକ୍ଷା ଉଦ୍ୟମ ପର୍ଯ୍ୟାପ୍ତ ବୋଲି ୬୯% ମତ ଦେଇଥିବାବେଳେ ଯଥେଷ୍ଟ ବ୍ୟବଧାନ ବା ବିଫଳତା ରହିଥିବା ୩୦% କହିଛନ୍ତି। ଗତବର୍ଷ ସର୍ବସାଧାରଣ ସ୍ଥାନରେ ହଇରାଣ ହୋଇଥିବା ୭% ମହିଳା କହିଛନ୍ତି। ୨୪ ବର୍ଷରୁ କମ୍‌ ବୟସର ମହିଳାଙ୍କ କ୍ଷେତ୍ରରେ ଏହା ୧୪%। ପଡୋଶୀଙ୍କଠାରୁ ୩୮% ଏବଂ ସର୍ବସାଧାରଣ ପରିବହନରେ ୨୯% ମହିଳା ହଇରାଣର ସମ୍ମୁଖୀନ ହେଉଥିବା କହିଛନ୍ତି। ପ୍ରତି ୩ ଜଣରେ ଜଣେ ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ଆଗେଇ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୩୧।୧: ରାଜଧାନୀରେ ବୁଲିଲା ଖଣ୍ଡା। ରକ୍ତରେ ଭିଜିଲା ଏମ୍ସ ରୋଡ। ବଡ଼ି ଭୋର୍‌ରୁ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ…

ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା

ମୁମ୍ବାଇ ,୩୧ା୧: ଦିବଂଗତ ଏନ୍‌ସିପି(ଅଜିତ) ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ଗ୍ରହଣ କରିବେ ତାଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାର। ଶନିବାର ସୁନେତ୍ରା ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri